ନାବାଳିକା ବଳତ୍କାର ଉଦ୍ୟମକାରୀ ବୃଦ୍ଧଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ଉଦ୍ୟମକାରୀ ବୃଦ୍ଧଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ – ନାବାଳିକାଙ୍କୁ ବଳତ୍କାର ଉଦ୍ୟମ କରିବା ମାମଲାର ବିଚାରକରି ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜ(ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ) ଜଜ୍ ପି.କେ. ବହିଦାର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।  ଏଥିସହ ୨୦ ହଜାର ଟଙ୍କା ଜରିମନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ତାଙ୍କୁ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ୨୦୧୯ ଜାନୁଆରୀ ୨୭ରେ ବନ୍ତଳା ଥାନା ଅଞ୍ଚଳର ଏକ ଗାଁ ଦାଣ୍ଡରେ ଭାଇ ଓ ଭଉଣୀ ଖେଳୁଥିଲେ । ଏହି ସମୟରେ ୫ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ଆର୍ତ୍ତତ୍ରାଣ ବେହେରା(୫୦) ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏ ନେଇ ନାବାଳିକାଙ୍କ ଭାଇ ଘରେ ଖବର ଦେବା ପରେ ତାଙ୍କ ମାଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ଆର୍ତ୍ତତ୍ରାଣ ଝିଅକୁ ଉଲ୍ଲଗ୍ନ ଅବସ୍ଥାରେ କୋଳରେ ବସାଇଥିଲେ । ଏହା ପରେ ନାବାଳିକାଙ୍କ ପରିବାର ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଆର୍ତ୍ତତ୍ରାଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ମୋଟ ୮ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଭିଯୁକ୍ତ ଆର୍ତ୍ତତ୍ରାଣକୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply