ଅପରାଧ ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର Angul OnlineJune 11, 2022June 11, 2022 ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟେରା ମାନେ ଘରେ କଳାକନା ବୁଲାଇଛନ୍ତି । ସୂଚନା ଅନୁସାରେ , ଗୀତାଗ୍ରାମର ଶାଶ୍ଵତ କୁମାର ଦାସଙ୍କ ପରିବାର ଆଜି ଅପରାହ୍ନ ଚାରିଟା ବେଳେ ତାଳଚେରସ୍ଥିତ ଭାଇ ଘରକୁ ଯାଇଥିଲେ । ସେମାନେ ଯିବା ବେଳେ ଘର ଭିତର ଓ ବାହାର ଗେଟକୁ ତାଲା ପକାଇଥିଲେ । କିନ୍ତୁ ସନ୍ଧ୍ୟାରେ ଫେରିବା ବେଳକୁ ଘରର ମୁଖ୍ୟ ଗ୍ରୀଲ ଓ ଭିତର କବାଟ ଖୋଲା ଥିଲା । ଘର ଭିତରକୁ ଯାଇ ଦେଖିବା ବେଳକୁ ଆଲମାରୀ ଭଙ୍ଗା ଯାଇଥିବା ବେଳେ ସେଥିରେ ଥିବା ନଗଦ ୫୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଇଥିବା ଦେଖିଥିଲେ । ଏ ଦେଖି ସେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର…
ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…
ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ…