ମୁଖ୍ୟ ଖବର ବଜ୍ରପାତରେ ଆଇ ଟି ଆଇ ଛାତ୍ର ମୃତ Angul OnlineJune 14, 2022June 14, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରଜାଙ୍ଗ କଦମ୍ବପଡା ଗ୍ରାମର ଜଣେ ଆଇ ଟି ଆଇ ଛାତ୍ର ଦୁଷ୍ମନ୍ତ ସାହୁଙ୍କ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ଼ ୩ଟା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ , ଗାଁ ଠାରୁ ପ୍ରାୟ ୩ କିମି ଦୂରରେ ଥିବା କଣ୍ଟେଇକୋଳିଆ ଛକ ନିକଟରେ ବଗିଚାକୁ କାମ କରିବା ପାଇଁ ଯାଇଥିଲେ । ସେ ବର୍ଷା ଘଡଘଡି ହେବାରୁ ନିଜ ଘରକୁ ବଳଦ ହଳ ନେଇ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଦୁଷ୍ମନ୍ତ ଜିନ୍ଦଲ କମ୍ପାନୀର ଆଇ ଟି ଆଇ ସଂସ୍ଥାରେ ଅଧ୍ୟୟନ କରୁଥିବା ଜଣାପଡିଛି । ତାଙ୍କ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । Advertisement
ଏକ ତରଫା ପ୍ରେମରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ହତ୍ଯା ଅନୁଗୋଳ – ଏକ ପାଖିଆ ପ୍ରେମ ପାଇଁ ହତ୍ୟାକାଣ୍ଡ । ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ…
ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବଜାରପଡାରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ…
୪୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ଜିଲ୍ଳା ମଙ୍ଗଳ ଅଧିକାରିଣୀ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…