ବିଡ଼ିଓଙ୍କ ବାସଭବନରୁ ଚୋରୀ

ବିଡ଼ିଓଙ୍କ ବାସଭବନରୁ ଚୋରୀ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ବାସଭବନରୁ ଚୋରୀ ହୋଇଥିବା ନେଇ ଆଜି ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି କେହି ଦୁର୍ବୃତ୍ତ ତାଙ୍କ ସରକାରୀ ବାସଭବନର ତାଲା ଭାଙ୍ଗି ଭିତରେ ପଶିବା ସହ ଚୋରୀ କରିଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗ ଅନୁସାରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସନ୍ଧ୍ୟାରାଣୀ ମାଝୀ ବିଇଡ଼ି କଲେଜ ଛକ ନିକଟରେ ଥିବା ସରକାରୀ ବାସ ଭବନରେ ରୁହନ୍ତି ତେବେ ସେ ବାସଭବନରେ ନଥିବା ବେଳେ କେହି ଦୁର୍ବୃତ୍ତ ଘର ମୁଖ୍ୟ ଦରଜାର ତାଲା ଭାଙ୍ଗି ଭିତରେ ପଶିବା ସହ ତାଙ୍କ ଘରୁ ଏକ ଟିଭି ଓ ଏକ ଲ୍ୟାପଟପ ନେଇ ଫେରର ହୋଇ ଯାଇଛି ବାସଭବନକୁ ଆସିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଚୋରୀ ହୋଇଥିବା ନେଇ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି

What’s your Reaction?
+1
3
+1
1
+1
0
+1
1
+1
1
+1
0
+1
0

Leave a Reply