ଅପରାଧ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ Angul OnlineJune 17, 2022June 17, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅଞ୍ଚଳରେ ଘରେ କେହି ନଥିବା ବେଳେ ଚୋରୀ କରିଛନ୍ତି ଦୁର୍ବୃତ୍ତ । ଅନୁଗୁଳ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଶାବଳଭଙ୍ଗା ଅଞ୍ଚଳର କାମାକ୍ଷା ପ୍ରସାଦ ଜେନା କୌଣସି କାମରେ ଦିଲ୍ଲୀ ଯାଇଥିଲେ । ସେହି ସମୟରେ ତାଙ୍କ ଘରେ କେହି ରହୁ ନଥିଲେ । ଦିଲ୍ଲୀରୁ ଫେରିବା ପରେ ତାଙ୍କ ଘର ଗ୍ରୀଲ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଘରେ ପଶି ଦେଖିଲା ବେଳକୁ ସେ ରଖିଥିବା ୧୦ ହଜାର ଟଙ୍କା, କମ୍ପୁଟର ହାର୍ଡଡିକ୍ସ ଓ ୩ଟି ସୁନା ମୁଦି ଚୋରି ହୋଇଥିଲା । ଏନେଇ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି । Advertisement
ପୁଲିସବାବୁଙ୍କ ଠାରୁ ଟଙ୍କା ଠକିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି । ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ ଅନୁଗୁଳ -ଅନୁଗୁଳ ଥାନା ଅଞ୍ଚଳରେ ଆଠ ବର୍ଷ ତଳେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି…
ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ…