ମୁଖ୍ୟ ଖବର ବଜ୍ରାଘାତରେ ଦୁଇ ମୃତ Angul OnlineJune 22, 2022June 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ବ୍ରଜପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ତଳା ଥାନା ଗୋପାଳପୁର ଗାଁର ଗନ୍ଧର୍ବ ବେହେରା ଗାଈ ଚରାଇ ଘରକୁ ଫେରୁଥିଲେ । ଗନ୍ଧର୍ବ ଗାଁ ମୁଣ୍ଡ ସ୍କୁଲ ନିକଟ ଯାଏ ହୋଇଥିବା ବେଳେ ବଜ୍ରପାତ ହେବାରୁ ରାସ୍ତାରେ ଗନ୍ଧର୍ବଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି କୋଶଳା ଗ୍ରାମର ସଞ୍ଜୟ ବେହେରା ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ସେହିଠାରେ ହିଁ ସଞ୍ଜୟଙ୍କର ମୃତ୍ୟୁ ହୋଇଥିଲା । Advertisement
ମାଛ ମାରିବା ହେଲା କାଳ – ଛିଣ୍ଡିଲା ଦୁଇ ହାତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ପାଇକସାହି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବା ବେଳ ଜଣେ ବ୍ୟକ୍ତିଙ୍କର ଦୁଇ…
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…
ଦୂର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା…