ଅପରାଧ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ସାଇବର ଠକ Angul OnlineJune 22, 2022June 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଠକଙ୍କ ଉତ୍ପାତ ବୃଦ୍ଧି ପାଇବାର ଲାଗିଛି । କେତେବେଳେ ଅନଲାଇନ ଟ୍ରାଞ୍ଜାକସନ ସମସ୍ୟା ତ କେତେବେଳେ ବ୍ୟାଙ୍କିଙ୍ଗ ସମସ୍ୟା , ଆଉ ପୁଣି ଚାକିରି ଖୋଜିଦେବା ବାହାନା କରି ଏବେ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । ଆଜି ପୁଣି ଅନୁଗୁଳର ଜଣେ ମହିଳାଙ୍କୁ ବ୍ୟାଙ୍କ କ୍ରେଡିଟ କାର୍ଡର ଲିମିଟ ବଢାଇବା ବାହାନାରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଫିସରି ଅଫିସ ପାଖରେ ରହୁଥିବା ଜଣେ ମହିଳାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ ଆସିବା ସହ ତାଙ୍କ କ୍ରେଡିଟ କାର୍ଡର ଲିମିଟ ବଢାଇବାକୁ ପ୍ରଲୋଭନ ଦେଖାଇଥିଲେ । ତାଙ୍କ କଥାରେ ପ୍ରଲୋଭିତ ହୋଇଯିବା କ୍ରେଡିଡ କାର୍ଡର ନମ୍ବର , ସିଭିଭି ଆଦି ମହିଳା ଜଣଙ୍କ ଦେଇ ଦେଇଥିଲେ । କିଛି ସମୟ ମଧ୍ୟରେ ତିନୋଟି କିସ୍ତିରେ ମହିଳାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୩୮ ହଜାର ଟଙ୍କା କଟି ଯାଇଥିଲା । ଏହାପରେ ମହିଳା ଜଣଙ୍କ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ପୁଲିସବାବୁଙ୍କ ଠାରୁ ଟଙ୍କା ଠକିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି । ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ…
କପି ପାଇଁ ଲାଞ୍ଚ ନେଇ ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ସ୍କୁଲ ପିଅନକୁ କାରାଦଣ୍ଡାଦେଶ ଅନୁଗୁଳ – ପରୀକ୍ଷାରେ କପି ଦେବା ପାଇଁ ଲାଞ୍ଚ ନେବା ମାମଲାରେ ସ୍କୁଲର ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ସ୍କୁଲ ପିଅନକୁ ୩ ବର୍ଷ…
ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଅଞ୍ଚଳରେ ଏକ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମନା କରା ଯାଇଛି । ସୂଚନା ଅନୁସାରେ ଏହି…