ଦୁଇ ଚନ୍ଦନ ଗଛ ଚୋର ଗିରଫ – ଚନ୍ଦନ କାଠ ଜବତ

ଦୁଇ ଚନ୍ଦନ ଗଛ ଚୋର ଗିରଫ – ଚନ୍ଦନ କାଠ ଜବତ

ଅନୁଗୁଳ – ଅନୁଗୁଳ ଡିଆଇଜିଙ୍କ ସରକାରୀ ବାସଭବନରେ ଥିବା ଏକ ଚନ୍ଦନ ଗଛକୁ କାଟି ସୋମବାର ଚୋରି ଉଦ୍ୟମ ହୋଇଥିଲା । ଏହା ଜଣାପଡ଼ିବା ପରେ ପୁଲିସ ଏକ ମାମଲା ରୁଜୁକରି ତନାଘନା ଚଳାଇ ଥିଲା । ଶେଷରେ ଆଜି ଅନୁଗୁଳ ପୁଲିସ ୨ ଜଣ ଚନ୍ଦନକାଠ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଡିଆଇଜିଙ୍କ ସରକାରୀ ବାସଭବନରେ ଚନ୍ଦନ ଗଛ ଚୋରୀ ଉଦ୍ୟମ ପରେ ପୁଲିସ ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇରେ ଥିବା ଜାଜାବର ବସ୍ତିରେ ଚଢ଼ାଉକରିଥିଲା । ଚଢାଉ ବେଳେ ସେଠାରୁ ସେଠାରୁ ୧୧ ଖଣ୍ଡ ଚନ୍ଦନ କାଠ ଜବତ ହୋଇଥିଲା । ଚନ୍ଦନ ଗଛ ଚୋରୀ ଅଭିଯୋଗରେ ପୁଲିସ ସହ ଭିଡ଼େ ପାର୍ଦ୍ଧୀ ଓ ଶେଖର ପାର୍ଦ୍ଧୀକୁ ଗିରଫ କରିଥିଲା । ଏହା ସହ ସେମାନଙ୍କ ନିକଟରୁ ତିନୋଟି ମୋଟରସାଇକେଲ ମଧ୍ୟ ଜବତ କରା ଯାଇଛି । ସେମାନଙ୍କ ସହ ସାମିଲ ଥିବା ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ଜଣା ପଡିଛି ।

What’s your Reaction?
+1
1
+1
0
+1
1
+1
0
+1
2
+1
0
+1
0

Leave a Reply