ଆଞ୍ଚଳିକ ଟ୍ରକ ଧକ୍କାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର Angul OnlineJune 29, 2022June 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମୋଟରସାଇକେଲ ଉପରେ ଏକ ଟ୍ରକ୍ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ , ଅନୁଗୁଳ କଲେଜ ଛକ ଅଞ୍ଚଳର ମଙ୍ଗୁଳି ନାୟକ ଓ ସ୍ତ୍ରୀ ସାବିତ୍ରୀ ନାୟକ ନିଜ ମୋଟରସାଇକେଲରେ ଅପରାହ୍ନ ପ୍ରାୟ ୨ ଟାରେ ବୁଢ଼ାପଙ୍କ ଗାଁକୁ ଯାଉଥିଲେ । ତେବେ ଉଭୟ ସନ୍ତ୍ରୀ ନିକଟରେ ହୋଇଥିବା ବେଳେ ଏକ ଟ୍ରକ୍ ମଙ୍ଗୁଳିଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଥିଲା । ସ୍ଵୀ ସାବିତ୍ରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ । ରାସ୍ତା ନିର୍ମାଣ , ମୃତଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଛିଡା ହୋଇ ରହିଥିଲା । ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ଶୁଝା କରିବା ପରେ ରାସ୍ତାରେ ଯିବା ଆସିବା ସ୍ଵାଭାବିକ ହୋଇଥିଲା । Advertisement
ବର୍ଷାରେ ବେହାଲ ଅନୁଗୋଳ ଅନୁଗୋଳ – ଜାତୀୟ ରାଜପଥ ରେ ଲହଡି ମାରୁଛି ପାଣି , ଘର ଭିତରେ ଆଣ୍ଠୁଏ ପାଣି , ଗାଡି ପାଣିରେ ଭାସୁଛି । ଦୁଇଦିନ ଲଗାଣ…
ସର୍ବୋଦୟ ଦିଶା ଦର୍ଶନ ଶିବିର ଉଦଘାଟିତ ଅନୁଗୁଳ – ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରାବାସ ପରିସରରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ବାଜିରାଉତ…
୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିଲ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବୀପତ୍ର ଅନୁଗୋଳ – ଅନୁଗୋଳ ଜିଲ୍ଲା ୬୬୨ ବର୍ଗ (+୨ ଓ +୩) ମହାବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ…