ଦିଶା ବୈଠକରେ ଜାତୀୟ ରାଜପଥ ସହ ରେଳ ଲାଇନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ଗୁରୁତ୍ଵ

ଦିଶା ବୈଠକରେ ଜାତୀୟ ରାଜପଥ ସହ ରେଳ ଲାଇନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ଗୁରୁତ୍ଵ

ଅନୁଗୁଳ – ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ବୟ ଓ ପର୍ଯ୍ୟାଲେଚନା ନିମନ୍ତେ ଗଠିତ କମିଟି ( ଡିଶା ) ର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ଠାରେ ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ , ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଯାଏ , ପାଳଲହଡା ବିଧାୟକଙ୍କ ପ୍ରତିନିଧି ଶ୍ରୀ ଗଙ୍ଗାଧର ଜିତ୍ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଓ ଅନୁଗୁଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ କାର୍ଯ୍ୟର ଅଗ୍ରଗତିକୁ ନେଇ ଅଧ୍ୟକ୍ଷ ସମୀକ୍ଷା କରିବା ସହ ଚାଲୁଥିବା କାର୍ଯ୍ୟଗୁଡିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବିମଳାଗଡ ରେଳ ଲାଇନ୍ କାର୍ଯ୍ୟର ଅଗ୍ରଗତି ଓ ଜାତୀୟ ରାଜପଥ ୫୫ର କାର୍ଯ୍ୟକୁ ତୁରନ୍ତ ସାରିବା ଉପରେ ସାଂସଦ ଗୁରୁତ୍ବାରୋପ କରିଥିଲେ । ବୈଠକରେ କମିଟିର ସଦସ୍ୟ ସଚିବ ତଥା ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ମରାମତି କାର୍ଯ୍ୟ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପ୍ରତିଶୃତି ମୁତାବକ ନିର୍ବାଚିତ ସମୟ ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ମରାମତି କାର୍ଯ୍ୟ କିପରି ଶିଘ୍ର ସରିବ ଓ ବାଇପାସ୍‌ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ବି ଏସ୍ ଏନ୍ ଏଲର ବ୍ରଡବ୍ୟାଣ୍ଡ ସେବା ବହୁ ପ୍ରତିକ୍ଷିତ ୪ଜି ୫ଳି କାର୍ଯ୍ୟର ପ୍ରକ୍ରିୟା ଚାଲୁ ରହିଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବା ଉପରେ ଅଧ୍ୟକ୍ଷ ଗୁରୁତ୍ବାରୋପ କରିଥିଲେ । ସେହିପରି ଜିଲ୍ଲାର ୩୫ଟି ପଞ୍ଚାୟତ ଓ ଗ୍ରାମରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ଜିଲ୍ଲାରେ ମେଗା ପାଇପ୍ ଜଳ ଯୋଗାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ଅନୁଗୋଳ ବ୍ଳକର ୨୧୪ଟି ଗ୍ରାମରେ ୩୦୪ – ୧୨ କୋଟି ଟଙ୍କା ଓ ଏହି ବ୍ଳକର ୪ଟି ଗ୍ରାମ ପଞ୍ଚାୟତ ଓ ବଅଁରପାଳ ବ୍ଳକର ୧୩ଟି ଗ୍ରାମ ପଞ୍ଚାୟତ ସମୁଦାୟ ୬୪ଟି ଗ୍ରାମର ୧୪୦୮୫ କୋଟି ଟଙ୍କାର କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି । ସେହିପରି ଆଠମଲ୍ଲିକ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ୨୯୫ଟି ଗ୍ରାମରେ ମେଗା ପାଇପ୍ ଜଳ ଯୋଗାଣ କାର୍ଯ୍ୟ ପାଇଁ ୨୧୪.୫୫ କୋଟି ଟଙ୍କା ଓ କିଶୋରନଗର ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ଓ ଆଠମଲ୍ଲିକ ବ୍ଳକର ୩ଟି ଗ୍ରାମ ପଞ୍ଚାୟତର ୨୯୯ଟି ଗ୍ରାମ ପାଇଁ ୨୫୨.୯୦ କୋଟି ଟଙ୍କାର କାର୍ଯ୍ୟ ପ୍ରକ୍ରିୟା ଚୁକ୍ତି ନିମନ୍ତେ ରହିଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପୂର୍ଣ ବିଭାଗର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ଅମ୍ରିତ ସରୋବର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଦେଶରେ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଆଳାଦିର ଅମ୍ରିତ ମହୋତ୍ସବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରତ୍ୟେକ ଅମ୍ରିତ ସରୋବର ଅତି କମ୍‌ରେ ଏକ ଏକର ( ୦.୪ ହେକ୍ଟର ) ଓ ୧୦ ହଜାର କ୍ୟୁବିକ୍ ମିଟର ଜଳଧାରଣ କ୍ଷମତା ବିଶିଷ୍ଟ ହେବା ଦରକାର । ଏଥି ନିମନ୍ତେ ସମସ୍ତ ବ୍ଳକରୁ ୧୦ଟି ଓ କେବଳ ତାଳଚେର ବ୍ଲକରୁ ୫ଟି ଅମ୍ରିତ ସରୋବରର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିରୁ ସମୁଦାୟ ୮୩ଟି ଚୟନ କରାଯାଇ ୩୫ଟିର କାର୍ଯ୍ୟ ଶେଷ ହୋଇଛି । ଏହାଛଡା ଏହି ବୈଠକରେ ଜାତୀୟ ମୋବାଇଲ ପର୍ଯ୍ୟଲୋଚନା ପଦ୍ଧତି ୨୦୨୧ – ୨୨ ଆର୍ଥିକ ବର୍ଷ ପାଇଁ ୨୦୨୨ ଏପ୍ରିଲ ୧ ତାରିଖରେ ଆରମ୍ଭ ହୋଇଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply