ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା

ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା

ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ୨୨ ପରିବାର ଆଜି ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ୧୧ ନମ୍ବର ୱାର୍ଡ ର ବାସିନ୍ଦାଙ୍କ ଅଭିଯୋଗ ହେଲା ଯେ ଗତ କାଲି ୧୧ ନମ୍ବର ୱାର୍ଡ ଜିଲ୍ଲା ପ୍ରଶାସନ ଯାଇ ସେହି ବସ୍ତୀକୁ ଉଛେଦ କରାଯିବ ବୋଲି ସେମାନଙ୍କୁ କହିଥିଲେ । ଗୋଟିଏ ଦିନ ମଧ୍ୟରେ ଏହି ସ୍ଥାନକୁ ଛାଡ଼ି ଚାଲିଯିବାକୁ ସେମାନଙ୍କୁ କହିଥିଲେ । ସେହି ବସ୍ତୀରେ ସେମାନେ ୩୫ ବର୍ଷରୁ ଉର୍ଦ୍ଧ ହେବ ରହୁଥିବା କହି ଏବେ ଉଠିବା ପାଇଁ କହିଲେ ଆମେ କୁଆଡେ ଯିବୁ ପ୍ରଶ୍ନ କରିଛନ୍ତି । ପ୍ରଥମେ ସେମାନଙ୍କୁ ଥାଇଥାନ କରିବାକୁ ସେମାନେ ଦାବି କରିଥିଲେ । ଏହି ଦାବି କରି ସେମାନେ ଅନୁଗୁଳ ନଗରପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

What’s your Reaction?
+1
1
+1
0
+1
0
+1
1
+1
0
+1
0
+1
2

Leave a Reply