ଅଧ୍ୟାପକ ଜାଲିଆତି କରିଥିବା ସ୍ପଷ୍ଟ – ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ

ଅଧ୍ୟାପକ ଜାଲିଆତି କରିଥିବା ସ୍ପଷ୍ଟ – ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଏକ ପ୍ରକାର ସ୍ପଷ୍ଟ ହେବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କଡ଼ା ଯାଇଛି । ସୂଚନା ଅନୁସାରେ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ମାର୍କସିଟରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା ଚିଠି ପାଇବା ପରେ ଉପ-ଜିଲ୍ଲାପାଳ ବୈତୁରା ଦୀପ ଘଟଣାର ତଦନ୍ତ କରିଥିଲେ ଏଥିରେ ଅଧ୍ୟାପକ ମିଶ୍ର ତାଙ୍କ ମାର୍କସିଟର ଦୁଇଟି ବିଷୟରେ ଜାଲିଆତି କରିଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ତାଙ୍କ ବିରୋଧରେ ଏତଲା ଦେବାକୁ ଉପ-ଜିଲ୍ଲାପାଳ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି କୁହାଯାଇଛି ।

What’s your Reaction?
+1
3
+1
1
+1
0
+1
0
+1
0
+1
0
+1
0

Leave a Reply