ଦେବଭୂମିରେ ରଥଯାତ୍ରା – ଘରୋଇ କମ୍ପାନୀ ଭାବରେ ପ୍ରଥମଥର ପାଇଁ ମହା-ଆଡମ୍ବରରେ ଯାତ୍ରା ପାଳିତ

ଦେବଭୂମିରେ ରଥଯାତ୍ରା – ଘରୋଇ କମ୍ପାନୀ ଭାବରେ ପ୍ରଥମଥର ପାଇଁ ମହା-ଆଡମ୍ବରରେ ଯାତ୍ରା ପାଳିତ

ଅନୁଗୁଳ – ଅନୁଗୁଳ ଜିନ୍ଦଲ ନଗର ଦେବଭୂମି ପରିସରରେ ରଥ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ହଜାର ହଜାର ସଂଖ୍ୟାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ ପାର୍ଶ୍ବବର୍ତୀ ଗ୍ରାମବାସୀ ମାନେ ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ରଥ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ , ଦେବୀ ସୁଭଦ୍ରାଙ୍କ ଦର୍ପୋବଳକ ଏବଂ ବିଶ୍ୱ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରଭୁଙ୍କ ବାର୍ଷିକ ଯାତ୍ରା ନିମନ୍ତେ ଜିନ୍ଦଲ ନଗର ମଧ୍ୟରେ ଅବସ୍ଥିତ ଥିବା ମାଉସୀ ମା ମନ୍ଦିର ଅଭିମୁଖେ ବାହାରି ଥିଲେ । ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ସମ୍ପୂର୍ଣ ପରିବାର ଏହି ରଥ ଯାତ୍ରାରେ ଯୋଗଦେବା ସହ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ । ଏହି ପବିତ୍ର ଦିବସରେ ଯୋଗଦାନ କରି ଶ୍ରୀ ନବୀନ ଜିନ୍ଦଲ ସମସ୍ତଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇବା ସହ ପ୍ରକାଶ କରିଥିଲେ ଯେ , ଛେରା ପହଁରା ନୀତି ସଂପନ୍ନ କରି ମୁଁ ଅତ୍ୟକ୍ତ ବିନମ୍ର ଏବଂ ଭାଗ୍ୟଶାଳୀ ମନେ କରୁଅଛି । ମୁଁ ସର୍ବ ନିୟନ୍ତାଙ୍କ ନିକଟରେ ପ୍ରାର୍ଥନା କରୁଅଛି , ଆମ ସମସ୍ତଙ୍କୁ ସମାଜ ବା କରିବା ନିମନ୍ତେ ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ସମସ୍ତଙ୍କୁ ମୋର ରଥ ଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ । ପୁରୀ ମନ୍ଦିରର ବୈଦିକ ନୀତି ଅନୁସାରେ ପାଳନ କରାଯାଇଥିବା ଏହି ପବିତ୍ର କାର୍ଯ୍ୟକ୍ରମଟି ପ୍ରାତଃ ୪.୩୦ ଘଟିକାରୁ ପୁରୋହିତଙ୍କ ଦ୍ବାରା ଏକ ସ୍ବତନ୍ତ୍ର ପୂଜା ନୀତି ଯଥା , ମଣିମା ଡାକ , ଦ୍ବାର ଫିଟା , ମଙ୍ଗଳ ଆରତୀ , ମଇଲମ , ତଡପଲାଗି , ଅବକାଶ ନୀତି , ଇତ୍ୟାଦି ସହିତ ଆରମ୍ଭ କରାଯାଇଥିଲା । ଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ପ୍ରାତଃ କାଳରେ ସକାଳର ନୀତି – କାନ୍ତି ନିର୍ବାହ କରିବା ସହ ସ୍ବତନ୍ତ୍ର ପୂଜା ଯଥା , ରଥ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ନୀତି ସଂପୂର୍ଣ ଶ୍ରଦ୍ଧା ଏବଂ ଭକ୍ତର ସହ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରିଥିଲେ । ଦେବୀ ଶୁଭଦ୍ରାଙ୍କ ଦର୍ପୋଦଳନ ରଥକୁ ବାଳିକା ଏବଂ ମହିଳାମାନେ ସଂପୂର୍ଣ ଉତ୍ସାହ ସହ ଟାଣି ଥିଲେ । ଏହି ରଥ ଯାତ୍ରାକୁ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଫେସବୁକ ଏବଂ ” ୟୁଟ୍ୟୁବ ଜରିଆରେ ଏହାର ସିଧା ପ୍ରସାରଣ କରାଯାଇଥିଲା , ଯାହାକୁ ବହୁଳ ଭାବେ ଶ୍ରଦ୍ଧାଳୁମାନେ ଏହି ପ୍ରଥମ ରଥ ଯାତ୍ରା ଦେଖୁବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ଅନୁଗୁଳ ଜିଲ୍ଲା ଏକ ଶିଲ୍ପ ବହୁଳ ଜିଲ୍ଲା ହୋଇଥିବା ବେଳେ ଏକ ଘରୋଇଆ କମ୍ପାନୀ ଭାବରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପ୍ରାଇଭେଟ ପ୍ରଥମ କମ୍ପାନୀ ଭାବେ ଏଭଳି ମହାଡମ୍ବରରେ ରଥଯାତ୍ରା ପାଳିନ କରିଛି ଯେଉଁଠି ହଜାର ହଜାର ଭକ୍ତ ଉପସ୍ଥିତ ରହି ତିନି ରତହରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ

What’s your Reaction?
+1
0
+1
0
+1
1
+1
0
+1
8
+1
0
+1
1

Leave a Reply