ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ ଦଲାଲ ସାଜି ନିଲମ୍ବନ ହୋଇଛନ୍ତି ସରକାରୀ ବାବୁ । ଗତ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଡି.ଏମ୍.ଏଫ ଫଣ୍ଡ ଡିଲିଙ୍ଗ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀ ଵିନୋଦ କୁମାର ବେହେରାଙ୍କ ନାଁରେ ଏକ ଅଡିଓ ଭାଇରାଲ ହୋଇଥିଲା । ରୋଗୀ ସେବା ନାଁରେ କି ରକ୍ତ ଯୋଗାଇବା ପାଇଁ ନୁହେଁ ବରଂ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ସୁରକ୍ଷା କର୍ମୀ ଚାକିରୀ କରାଇଦେବା ଲୋଭ ଦେଖାଇ ଦିନ ଦ୍ଵିପହରେ ଡିଲ କରୁଥିବା ଅଡିଓ କ୍ଲିପରୁ ଜଣା ପଡିଥିଲା । ଏ ସମ୍ପର୍କରେ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାର ପରେ ତତ୍ପରତା ଦେଖାଇ ଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଏ ନେଇ ଚଳିତ ମାସ ୧୫ତାରିଖରେ ଖୋଦ୍ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଭୟ କୁମାର ଦାଶ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟ ପହଁଚି ଘଟଣାର ତଦନ୍ତ କରିଥିଲେ । ତଦନ୍ତରେ ବରିଷ୍ଠ କିରାଣୀ ଵିନୋଦ କୁମାର ବେହେରାଙ୍କ ଡୋସା ଥିବା ଜଣା ପଡିଥିଲା । ଫଳ ସ୍ୱରୂପ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଭୟ କୁମାର ଦାଶ ବରିଷ୍ଠ କିରାଣୀ ଵିନୋଦ କୁମାର ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।
What’s your Reaction?
+1
+1
+1
+1
+1
+1
+1