ମୁଖ୍ୟ ଖବର ୪ ତାରିଖ ତାଳଚେର ବନ୍ଦ Angul OnlineJuly 3, 2022July 3, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତାକାଲି(୪ ତାରିଖ) ୨୪ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିବା ବେଳେ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ସୂଚନା ଅନୁସାରେ କ୍ରିୟାନୁଷ୍ଠାନ କମିଟି କହିବା କଥା ଯେ ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ ଟଙ୍କା ଦେବାକୁ ରାଜି ହେବବା ସହ ରାଜ୍ୟ ସରକାର ଏହାକୁ ଚଳାଇବେ ବୋଲି ଘୋଷଣା କଲେ । ହେଲେ ଏହା ଭିତରେ ପ୍ରାୟ ଏକମାସ ବିତି ଗଲାଣି । କିନ୍ତୁ ଆଉ କିଛି ଅଗ୍ରଗତି ହେଉ ନାହିଁ କି ଛାତ୍ରଛାତ୍ରୀ ମାନଙ୍କର ଆଡମିସନ କରା ଯାଉନାହିଁ । ଏଣୁ ଏହାର ପ୍ରତିବାଦ କରିବା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି । ଏହାକୁ ବସ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇଥିବା ଜଣା ପଡିଛି । Advertisement
କୋଭିଡ ସେଣ୍ଟରରେ ଅନିୟମିତତା ଅଭିଯୋଗ ନେଇ ଉତ୍ତେଜନା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା କୋଭିଡ କେୟାର ସେଣ୍ଟରରେ ଅସନ୍ତୋଷ ଦେଖା ଦେଇଥିଲା । ଏହି ସେଣ୍ଟରରେ ବିଭିନ୍ନ ପ୍ରକାର ସମସ୍ୟା ଥିବା…
ଅନୁଗୁଳ ମାଟି , ସଂଗ୍ରାମର ମାଟି – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ ପରିସରରେ କରୋନା କଟକଣା ମଧ୍ୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ…
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିଙ୍କୁଳାପାଟ ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଶିଙ୍କୁଳାପାଟ ଗ୍ରାମର…