ମୁଖ୍ୟ ଖବର ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ Angul OnlineJuly 3, 2022July 3, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁର ଘର ଗାଁକୁ ବୁଲି ଆସିଥିବା ବେଳେ ଜ୍ବାଇଁର ଜୀବନ ଚାଲି ଯାଇଛି । ସୂଚନା ଅନୁସାରେ , କେନ୍ଦୁଝର ଅଞ୍ଚଳର ନିରଞ୍ଜନ ବାରିକ ତାଙ୍କ ଶଶୁର ଘର ଶ୍ୟାମସୁନ୍ଦରପୁରକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ସେ ଘର ବାହାରେ ନିଜ ଫୋନରେ କଥା ହେଉଥିବା ସମୟରେ ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଏକ ସପୋର୍ଟ ତାରକୁ ଧରି ନେଇଥିଲେ । ତେବେ ସେହି ସପୋର୍ଟ ତାରରେ କୌଣସି କାରଣ ବଶତଃ ବିଦ୍ୟୁତ ଥିବା ଯୋଗୁଁ ନିରଞ୍ଜନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପାଲଲହଡା ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ…
ସାଇବର ଲୁଟେରାଙ୍କ ଠାରୁ ୩ ଲକ୍ଷ ଉଦ୍ଧାର କଲା ପୁଲିସ ଭୁବନେଶ୍ବର – ଦିନକୁ ଦିନ ସାଇବର ଲୁଟ୍ ଅପରାଧ ବୃଦ୍ଧି ପାଉଥିବା ବେଳେ ପୁଲିସକୁ ଏକ ବଡ ସଫଳତା ମଧ୍ୟ ମିଳିଛି । ପୁଲିସର ଉଦ୍ୟମ ହେତୁ…
ଜୋତା ଦୋକାନରେ ଅଗ୍ନୀକାଣ୍ଡ – ଲକ୍ଷାଧିକ ଟଙ୍କା ମୁଲ୍ଯର ସମ୍ପତ୍ତି ପୋଡି ନଷ୍ଟ ଅନୁଗୁଳ – ଅନୁଗୁଳ ସହର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଜୋତା ଦୋକାନରେ ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଦି ନଷ୍ଟ…