ଅପରାଧ ନିର୍ବାହୀ ଅଧିକାରୀଙ୍କ ସମ୍ପର୍କରେ ଅଶ୍ଳୀଳ ପୋଷ୍ଟର ବାଣ୍ଟି ବନ୍ଧା ହେଲେ ପୌର କର୍ମଚାରୀ Angul OnlineJuly 4, 2022July 4, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ନିର୍ବାହୀ ଅଧିକାରିଣୀଙ୍କ ସମ୍ପର୍କରେ ଅଶ୍ଳୀଳ ପ୍ରଚାରପତ୍ର ବାଣ୍ଟିବା ଅଭିଯୋଗରେ ପୁଲିସ ପୌରପାଳିକାର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ କର୍ମଚାରୀ ଜଣଙ୍କ କ୍ଷୀରୋଦ ଚନ୍ଦ୍ର ରାଉତ ବୋଲି ଜଣା ପଡିଛି । ସୂଚନା ଅନୂସାରେ, ମହିଳା ଅଧିକାରିଣୀଙ୍କ ସମ୍ପର୍କରେ ଜାତିଆଣ ଆକ୍ଷେପ ଓ ଅଶ୍ଳୀଳ ଭାଷାରେ ଲେଖାଯାଉଥିବା ପ୍ରଚାରପତ୍ର ସର୍ବସାଧାରଣରେ ବଣ୍ଟନ କରାଯାଇଥିବା ନେଇ ଚାଳଚେର ଟାଉନ୍ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଧିକାରିଣୀଙ୍କ ଏତଲାକ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଜାଞ୍ଚ କରିବାରୁ ଏଠାରୁ ଅନ୍ୟତ୍ର ବଦଳି ହୋଇଥିବା ପୌର କର୍ମଚାରୀ କ୍ଷୀରୋଦ ଚନ୍ଦ୍ର ରାଉତ ବିଭିନ୍ନ ସ୍ଥାନରେ ଏହି ପ୍ରଚାରପତ୍ର ବାଣ୍ଟୁଥିବା ପୁଲିସ ଦେଖିବାକୁ ପାଇଥିଲା । କ୍ଷୀରୋଦ ପୂର୍ବରୁ ମଧ୍ୟ ତାଙ୍କ ବଦଳିରେ ଅସନ୍ତୁଷ୍ଟ ହୋଇ ନିର୍ବାହୀ ଅଧିକାରିଣୀଙ୍କୁ ଗାଳି ଗୁଲଜ କରିଥିଲେ । ସିସିଟିଭିରୁ ଘଟଣା ସମ୍ପର୍କରେ ଜାଣିବା ପରେ କ୍ଷୀରୋଦଙ୍କୁ ପୁଲିସ କାବୁ କରି ଜେରା କରିବା ପରେ କୋର୍ଟଚାଲାଣ କରିଛି । ଏହି ଘଟଣା ନେଇ ସମଗ୍ର ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । Advertisement
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…
ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମରେ ଯୌତୁକ ପାଇଁ ଜଣେ ବୋହୂକୁ ଶାଶୁ ଘର ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି…
ମୋଟରସାଇକେଲ ଚୋରୀ ଗ୍ୟାଙ୍ଗ ଗିରଫ – ୧୧ ମୋଟରସାଇକେଲ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଆଦର୍ଶ ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଟି ଚୋରା ମୋଟରସାଇକେଲ…