ଅପରାଧ ସାଇବର ଲୁଟେରାଙ୍କ ଉପରେ ରୋକ ଲଗେଇ ପାରୁନି ପୁଲିସ – ଲୁଟର ଶିକାର ହେଲେ ସିଆଇଏସଏଫ ଜୱାନ Angul OnlineJuly 4, 2022July 4, 2022 ଅନୁଗୁଳ – ସାଇବର ଲୁଟେରାଙ୍କ ଦୌରାତ୍ମ ଅନୁଗୁଳ ଜିଲ୍ଲାରେ ବଢି ବଢି ଚାଲିଛି । ଗତ ୩୦ ତାରିଖରେ ଅନୁଗୁଳ ଓ ବଅଁରପାଳ ଥାନା ଇଲାକାରେ ଦୁଇ ଦୁଇଟି ସାଇବର ଲୁଟ୍ ହୋଇଥିବା ନେଇ ଗତକାଲି ପୁଲିସରେ ଅଭିଯୋଗ ହୋଇଛି । ଅନୁଗୁଳ ଅମଲାପଡା ଗାନ୍ଧିମାର୍ଗରେ ରହୁଥିବା ଜେ.ଆର. ସାହୁ ନାମକ ଜଣେ ମହିଳାଙ୍କ ପାଖକୁ ଗତ ଗୁରୁବାର ଏକ ଅପରିଚିତ ନମ୍ବରରୁ ଫୋନ ଆସିଥିଲା । ନିଜକୁ ଏସ୍ ବିଆଇ ଟ୍ରେଡ଼ିଟ୍ କାର୍ଡ଼ର ଜଣେ କର୍ମଚାରୀ ପରିଚୟ ଦେଇ ସାଇବର ଠକ ଶ୍ରୀମତୀ ସାହୁଙ୍କୁ କ୍ରେଡିଟ୍ କାର୍ଡ଼ ଅପଡେଟ୍ କରିବାକୁ ପ୍ରବର୍ତାଇ ଥିଲା । ଶ୍ରୀମତା ସାହୁ ଠକ କଥାକୁ ଭରସା କରି କାର୍ଡ଼ ସମ୍ପର୍କିତ ସମସ୍ତ ତଥ୍ୟ ଲୁଟେରାକୁ ଦେଇ ଦେଇଥିଲେ । ଠିକ୍ ଏହାର କେଇ ମିନିଟ୍ ମଧ୍ୟରେ ତାଙ୍କ କ୍ରେଡିଟ କାର୍ଡରେ ୨୫ ହଜାର ୬୨୫ ଟଙ୍କାର କାରବାର ହୋଇଥିବା ମେସେଜ୍ ଆସିଥିଲା । ମେସେଜ ଦେଖି ଶ୍ରୀମତୀ ସାହୁ ସାଇବର ଠକ ହାବୁଡ଼ରେ ପଡ଼ିଥିବା ଜାଣି ତୁରନ୍ତ ଏସବିଆଇ ଗ୍ରାହକ ସେବାକୁ ଜଣାଇଥିଲେ । ସେଠାରୁ କୌଣସି ସୁଫଳ ନମିଳିବାରୁ ଗତକାଲି ଅନୁଗୁଳ ଥାନାର ଦ୍ଵାରସ୍ଥ ହୋଇଥିଲେ । ସେହିପରି ନାଲକୋ ସିଆଇଏସ୍ଏଫ୍ ୟୁନିଟର ଜଣେ ଜୱାନ କେ . ୟୁ .କୁମାର ଫେସବୁକରେ ଆଡଭାଟାଇଜ ଦେଖି ଆପଲ ଆଇ – ଫୋନ୍ ଜିଣିବା ଚକରରେ ପଡ଼ି ୯୯ ହଳାର ୪୯୬ ଟଙ୍କା ହରାଇଛନ୍ତି । ଗତ ତାରିଖରେ ସେ ସାଇବର ଠକେଇର ଶିକାର ହେବା ହେବା ପରେ ନାଲକୋନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ , ଫେସ୍ବୁକ୍ ଦେଖୁଥିବା ବେଳେ ବିଶେଷ ରିହାତିରେ ଆପଲ ଆଇ – ଫୋନ ମିଳୁଥିବା ଏକ ବିଜ୍ଞାପନ ତାଙ୍କ ନଜରରେ ପଡ଼ିଥିଲା । ବିଜ୍ଞାପନରେ ଉପଲବ୍ଧ ଥିବା ସାହିଲ କୁମାର ନାମକ ମୋବାଇଲ ମାଲିକଙ୍କ ସହ ଯବାନ ମୋବାଇଲରେ ଯୋଗାଯୋଗ କରିଥିଲେ । ସାହିଲ କୁମାର ନିଜକୁ ସେନା କର୍ମଚାରୀ ବୋଲି ପରିଚୟ ଦେବା ପରେ ସିଆଇଏସଏଫ ଜୱାନଙ୍କର ବିଶ୍ଵାସ ଯମଣିଥିଲା । ସେହି ମୋବାଇଲ ଦର ୬୦ ହଜାର ଟଙ୍କାରେ ଛିଣ୍ଡିଥିବା ବେଳେ କ୍ୟାସ ଅନ ଦେଲିଭରି ପାଇଁ କଥାବାର୍ତ୍ତା ହୋଇଥିଲା । ଏହି ଆଳରେ ସାଇବର ଠକ ଜୱାନଙ୍କ ନାମ ଠିକଣା ସମେତ ଅନ୍ୟାନ୍ୟ ବ୍ୟାଙ୍କ ତଥ୍ୟ ହସ୍ତଗତ କରିନେଇଥିଲା । ପରଦିନ ତାଙ୍କ ଆକାଉଣ୍ଟୁରୁ ବିଭିନ୍ନ ପର୍ଯ୍ୟାୟରେ ୯୯ ହଜାର ୪୯୬ ଟଙ୍କା କଟିଯାଇଥିଲା । ଜୱାନଙ୍କ ଏତଲାକ୍ରମେ ନାଲ୍କୋ ଅନାରେ ଏକ ମାମଲା ରୁଜୁ ହୋଇଛି । Advertisement
ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର…
ଯୁବକଙ୍କୁ ହତ୍ୟା ! ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମର ଜଣେ ଯୁବକଙ୍କୁ ଛେଳିଆପଡ଼ା ଛକ ନିକଟରେ ହତ୍ୟା କରି ପକାଇଦେଇଥିବା ଅଭିଯୋଗ କରି ପରିବାର…
ଗଞ୍ଜେଇ ସହ ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ…