ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଥିଲା । ଯାତାୟାତ ପାଇଁ ବହୁ ଅସୁବିଧା ଭୋଗୁଥିଲେ ଗ୍ରାମବାସୀ । ଏ ନେଇ ଅନେକ ଥର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ଶେଷରେ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି । ବାଘୁଆନାଳି ଗ୍ରାମବାସୀ ଙ୍କ କହିବା କଥା , ପୋକଣ୍ଡାରୁ ବାଘୁଆନାଳି ଗ୍ରାମକୁ ସଂଯୋଗ କରୁଥିବା ୨ କିଲୋମିଟର ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଥିଲା । ଏହା ପଞ୍ଚାୟତ ଅଧୀନରେ ରହିଛି । ହେଲେ ମରାମତି କରାଯାଉ ନ ଥିବା ଯୋଗୁ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ କାଦୁଅ ହୋଇଯାଉଛି । ଫଳରେ ଲୋକେ ଯାତାୟାତ କରିପାରୁନାହାନ୍ତି । ଗ୍ରାମବାସୀ ପକ୍କା ରାସ୍ତା ପାଇଁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିପାରୁ ନ ଥିଲା । ଫଳରେ ଲୋକେ ନିଜ ନିଜ ଭିଆତ୍ରେ ଚାନ୍ଦା କରିବା ସହ ନିଜେ ପରିଶ୍ରମ କରି ରାସ୍ତା ମରାମତି କରିଛନ୍ତି ।
What’s your Reaction?
+1
+1
+1
+1
+1
3
+1
+1