ମୁଖ୍ୟ ଖବର ଜିଲ୍ଲାରେ ଦଶମ ପାସ୍ ହାର ୯୩.୬୦ ପ୍ରତିଶତ – ଅଦ୍ୟାଶା ପ୍ରିୟଦର୍ଶିନୀ ଜିଲ୍ଲା ଟପର Angul OnlineJuly 6, 2022July 6, 2022 ଅନୁଗୁଳ – ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରୁ ୧୬,୪୭୯ ଜଣ ପରୀକ୍ଷା ଦେଇଥିଲା ବେଳେ ଏଥିରୁ ୯୩.୬୦ ପ୍ରତିଶତ ପାସ ହାରରେ ୧୬,୨୨୫ ଜଣ ପାସ୍ କରିଛନ୍ତି । ଜିଲ୍ଲାର ମାତ୍ର ୨୫୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ଏକମାତ୍ର ସ୍କୁଲ ଭାବରେ କଣିହାଁ ବ୍ଲକ୍ ରେଙ୍ଗାଳି ବାଳିକା ଉଚ୍ଚ ବିଦ୍ୟାଳୟରୁ ଜଣେ ହେଲେ ଛାତ୍ରୀ ପାସ୍ କରି ନଥିବା ଜଣା ପଡିଛି । ତେବେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ କହିବା କଥା ସ୍କୁଲରେ ମାତ୍ର ୨ ଜଣ ଛାତ୍ର ଥିବା ବେଳେ ସେମାନେ ପରୀକ୍ଷା ପାଇଁ ଆବେଦନ କରି ନଥିଲେ । ଚଳିତବର୍ଷ ଅନୁଗୁଳ ଜିଲ୍ଲାର ୨୬୨ ଟି ଉଚ୍ଚ ବିଦ୍ୟାଳୟର ୧୭,୩୩୪ ଜଣ ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ଏଥିରୁ ୧୬,୨୨୫ ଜଣ ପରୀକ୍ଷା ଦେଇଥିଲାବେଳେ ୮୫୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୩ ଜଣ ଧରାପଡ଼ିଥିଲେ । ବାକି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପାସ୍ କରିଥିବା ୧୬,୨୨୫ ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ୮୨୯୩ ଜଣ ଛାତ୍ର ରହିଥିଲା ବେଳେ ୭୯୩୨ ଜଣ ଛାତ୍ରୀ ଅଛନ୍ତି । ଏଥର ଜିଲ୍ଲାରେ ପରୀକ୍ଷା ଫଳ ଭଲ ହୋଇଥିଲାବେଳେ ଏ-୧ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ଅଛନ୍ତି । ପାସ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ଭିତରୁ ଏ-୧ରେ ୨୪୦ ଜଣ ରହିଥିଲାବେଳେ ଏ-୨ରେ ୧୭୯୮ ଜଣ, ବି-୧ରେ ୩୯୧୩ ଓ ବି-୨ରେ ୪୩୯୮ ଜଣ ରହିଛନ୍ତି । ସି ଗ୍ରେଡରେ ୩୪୪୨ ଜଣ , ଡି’ ଗ୍ରେଡରେ ୧୮୧୮ ଓ ଇ ଗ୍ରେଡରେ ୬୧୬ ଜଣ ପାସ୍ କରିଛନ୍ତି । ତେବେ ସରସ୍ଵତୀ ବିଦ୍ୟା ମନ୍ଦିର ଦିପଶିଖା , କଣିହାଁର ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପାଣି ମୋଟ ୬୦୦ ନମ୍ବରରୁ ୫୯୪ ରଖି ଜିଲ୍ଲା ଟପର ହୋଇଥିବା ଜଣା ପଡିଛି । ତାଙ୍କ ପଛକୁ ଅନୁଗୁଳ ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ରୀ ନତାଶା ସାହୁ ୫୮୮ , ସରସ୍ଵତୀ ବିଦ୍ୟା ମନ୍ଦିର ନାଲକୋର ଆକାଂକ୍ଷା ଦାସ ଓ ସରସ୍ଵତୀ ବିଦ୍ୟା ମନ୍ଦିର ଦୀପଶିଖାର ମୌସୁମୀ ବେହେରା ଓ ଡ଼ିଏଭି ଅନନ୍ତ ବିହାରର ଶୁଭମଶ୍ରୀ ସ୍ଵାଇଁ ପ୍ରତ୍ୟେକେ ୫୮୪ ଏବଂ ସରସ୍ଵତୀ ବିଦ୍ୟା ମନ୍ଦିର ଅନୁଗୁଳର ଓଁ ପ୍ରକାଶ ନନ୍ଦ ୫୮୩ , ଜ୍ୟୋତି ଆଦିତ୍ୟ ସାହୁ , ଡ଼ିଏଭି ଅନନ୍ତ ବିହାର ଶିବୁ କୁମାର ଦେହୁରି ୫୮୧ , ସରସ୍ଵତୀ ବିଦ୍ୟା ମନ୍ଦିର , ଅନୁଗୁଳର ସୀମଲାନ ଗଡନାୟକ , ସରସ୍ଵତୀ ବିଦ୍ୟା ମନ୍ଦିର ଅନୁଗୁଳର ଶ୍ଵେତା ସ୍ନିଗ୍ଧା ପ୍ରିୟଦର୍ଶିନୀ ସରସ୍ଵତୀ ବିଦ୍ୟା ମନ୍ଦିର ନାଲକୋନଗର ସ୍ଵୟଂ ସ୍ମୃତି ରଞ୍ଜନ ସାମଲ ୫୭୯ , ସରସ୍ଵତୀ ବିଦ୍ୟା ମନ୍ଦିର ଅନୁଗୁଳର ସିନ୍ଧୁ ସୂତା ଦେହୁରୀ ୫୭୭ , ସରସ୍ଵତୀ ବିଦ୍ୟା ମନ୍ଦିର ଅନୁଗୁଳର ହେଲିନ ସ୍ଵାଇଁ , ସରସ୍ଵତୀ ବିଦ୍ୟା ମନ୍ଦିର ଅନୁଗୁଳର ଭାଗ୍ୟ ଲକ୍ଷ୍ମୀ ସାହୁ ୫୭୪ , ସରସ୍ଵତୀ ବିଦ୍ୟା ମନ୍ଦିର ଅନୁଗୁଳର ଅର୍ପିତା ସାହୁ , ମା ହିଙ୍ଗୁଳା ହାଇସ୍କୁଲ ଲୁହାମୁଣ୍ଡାର ଭବାନୀ ପ୍ରଧାନ ୫୭୩ ରଖି କୃତିତ୍ବ ଅର୍ଜନ କରିଛନ୍ତି । Advertisement
ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା…
ଦୁର୍ଘଟଣାରେ ଏମ.ପି.ଙ୍କ ଅଫିସ ଆସିଷ୍ଟାଣ୍ଡ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ସ୍ଥିତ ସୂର୍ୟା ଗାର୍ଡେନ ହୋଟେଲ ସମ୍ମୁଖରେ ଏକ ସ୍କୁଟିକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର…
ଘରୁ ଘୋଷାଡ଼ି ଆଣିଲା ହାତୀ – ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର ତାଳଚେର – ଘରେ ଶୋଇଥିବା ବେଳେ ଘର ଭାଙ୍ଗିବା ସହ ଦମ୍ପତ୍ତିଙ୍କୁ ହାତୀ ଘୋଷାଡ଼ି ଆଣିଲା । ଆଉ ଏହି ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ…