ମୁଖ୍ୟ ଖବର ସ୍କୁଲରେ ଖେଳୁଥିବା ବେଳେ ବଜ୍ରଘାତରେ ସପ୍ତମ ଶ୍ରେଣୀ ଛାତ୍ର ମୃତ Angul OnlineJuly 7, 2022July 7, 2022 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ଗୁରୁବାର) ଅପରାହ୍ନରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଖେଳୁଥିବା ବେଳେ ବଜ୍ରପାତରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମରୁତ ଛାତ୍ର ଜଣଙ୍କ ଚନ୍ଦନ କୁମାର ସାହୁ ବୋଲି ଜଣା ପଡିଛି । ତେବେ ଛାତ୍ରଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନ ହେବାରୁ ଉତ୍ତେଜନା ଦେଖା ଦେଇଛି । ସୂଚନା ଅନୁସାରେ ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୩ ଟା ୩୦ରେ ଖେଳ ଛୁଟି ବେଳେ ପିଲା ଖେଳୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ଚନ୍ଦନ ଅଚେତ ହୋଇ ପଡିଥିବା ବେଳେ ତାଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହାପରେ ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ଆଜି ହୋଇ ନ ପଡ଼ିବାରୁ ଉତ୍ତେଜନା ଦେଖା ଦେଇଥିଲା । ତୁରନ୍ତ ଶବ ବ୍ୟବଚ୍ଛେଦ ଦାବି କରିବା ସହ କିଶୋରନଗର ଠାରେ ଶବ ବ୍ୟବଚ୍ଛେଦ ଗୃହ ତୁରନ୍ତ କାର୍ଯ୍ୟକ୍ଷମା କରିବାକୁ ଦାବି କରି କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ରାସ୍ତାରୋକ କରି ବସିଥିଲେ । ଖବର ଲେଖାଯିବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ନାହାନ୍ତି କିମ୍ବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନଥିବା ସୂଚନା ମିଳିଛି । Advertisement
ଏଚଡ଼ିଏଫସି ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା – ତତ୍କାଳୀନ ଆଇଆଇସି ଓ ଆଇଓଙ୍କୁ ଦାୟୀକଲା ଓଏଚଆରସି ତଦନ୍ତ ଟିମ୍ ଅନୁଗୁଳ – ଅନୁଗୁଳ ଥାନାରେ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଥାନାରେ ଅଟକ ରଖିବା ପରେ ତାଙ୍କୁ ଜେଲ୍ କୁ ପଠାଇବା ଏବେ…
ଟ୍ରେନରେ କଟି ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଟ୍ରେନରେ କଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ସମ୍ବଲପୁର-ତାଳଚେର…
ପୋଖରୀରେ ବୁଡି ଦୁଇ ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁ ମଠ ପୋଖରୀରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଦୁଇଜଣ ହେଲେ…