ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ତାଳବେଡା ଗ୍ରାମରେ ଭଡାରେ ରହୁଥିବା ଆଦିତ୍ୟ ଦାସଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ଆଦିତ୍ୟ ଦାସଙ୍କ ପରିବାର କୌଣସି ସ୍ବାସ୍ଥ୍ୟଗତ କାରଣରୁ ହସ୍ପିଟାଲ ଯାଇଥିବା ବେଳେ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗି ଘରେ ପଶିବା ସହ ଆଲମାରୀ ଭାଙ୍ଗି ସୁନା ଓ ଆଠ ହଜାର ଟଙ୍କା ନେବା ସହ ଘରେ ଲାଗିଥିବା ଏକ ଏଲ.ଇ.ଡି ଟିଭିକୁ ନେଇ ପଳାଇଯାଇଛନ୍ତି । ସକାଳେ ଘର ମାଲିକ ଭଡାରେ ରହୁଥିବା ଆଦିତ୍ୟଙ୍କୁ ଫୋନ କରି ଏ ବିଷୟରେ ଜଣାଇବା ପରେ ଆଦିତ୍ୟ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ତାଳଚେର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply