ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି

ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି

ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ଗାଙ୍ଗିଯୋଡ଼ି ଗ୍ରାମର ଚିତ୍ରଶିଳ୍ପୀ ରଜତ ରଞ୍ଜନ ନାଥ ବିଭିନ୍ନ ପ୍ରକାରର ଜିନିଷରେ ସବୁବେଳେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଥାନ୍ତି । କିଛିଦିନ ତଳେ ହିମାଚଳ ପ୍ରଦେଶର ଯମୁନା ପର୍ବତର ୬ ହଜାର ମିଟର ଉପରେ ଶ୍ରୀ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିବେଶ ପ୍ରଶଂସିତ ହୋଇଥିଲେ । ଆଜି ପୁଣି ବାହୁଡ଼ା ଯାତ୍ରା ଉପଲକ୍ଷେ ରଜତ ତାଳ ଟାକୁଆ ଓ ତାଳର କୁରୁଟ ଓ ବିଭିନ୍ନ ରଙ୍ଗ ସଂଗ୍ରହ କରି ପ୍ରଭୁ ଜଗନ୍ନାଥଙ୍କ ଓ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଚିତ୍ର ଆଙ୍କିଛନ୍ତି । ଯାହାକୁ ବେଶ ପ୍ରଶଂସା କରୁଛନ୍ତି ଲୋକ ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply