ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି କଡ ଲେଉଟାଇଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଗତ ଜୁନ ମାସ ୧୨ ତାରିଖରେ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ୨୨ ଜୁନରେ ଏହି ସଂଖ୍ୟା ୨ ରେ ପହଞ୍ଚିଥିଲା । ହେଲେ ଜୁଲାଇ ୨ ତାରିଖରେ ଜିଲ୍ଲାରେ କରୋନା ସଂଖ୍ୟା ଶୂନ ହୋଇ ଯାଇଥିଲା । ତେବେ ଜୁଲାଇ ୯ ତାରିଖରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ୧୧ ତାରିଖ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧୬ ରେ ପହଞ୍ଚିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଜିଲ୍ଲାରେ ହଠାତ ୧୬ ଜଣ ରୋଗୀ ଚିହ୍ନଟ ହେବା ପରେ ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରା ଯାଇଛି । ମୁଖ୍ୟତଃ ଭିଡ ଜାଗାକୁ ନ ଯିବାକୁ ଏବଂ ମାସ୍କ ପରିଧାନ କରିବାକୁ କୁହା ଯାଇଛି ।
What’s your Reaction?
+1
+1
+1
+1
1
+1
9
+1
+1
2