ମୁଖ୍ୟ ଖବର ବସ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା – ୨୫ ଆହତ Angul OnlineJuly 13, 2022July 13, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବତିସୁଆଁ ଗ୍ରାମ ନିକଟରେ ଏକ ବସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ବସରେ ଥିବା ୨୫ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଅପରାହ୍ନ ପରାଟ ୩.୪୫ ସମୟରେ ପାଲଲାହାଡ ପଟରୁ ଅନୁଗୁଳ ଆଡକୁ ଯାଉଥିବା OSRTC ର ଏକ ଯାତ୍ରୀବାହି ବସକୁ ସାମନାରୁ ଆସୁଥିବା ଏକ ଟ୍ୟାଙ୍କର ଧକ୍କା ଦେଇଥିଲା । ଖବର ପାଇ ପାଲଲହଡା ଦମକଳ ବିଭାଗ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ବସ ଯାତ୍ରୀଙ୍କୁ ପାଳଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଆହତ ହୋଇଥିବା ଜଣା ପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ରାସ୍ତାରୁ ହଟାଇବା ସହ ଅଧିକ ତଦନ୍ତ କରୁଛି I Advertisement
କେନାଲ ରେ ବୁଡି ବୃଦ୍ଧ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମର କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଟଙ୍କଧର ନାଏକ…
ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ନୂଆଁ ଗାଇଡ଼ଲାଇନ୍ ଅନୁଗୁଳ – ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । କୋଭିଡର ନୂଆଁ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର…
ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଦେଇ ଯାଇଥିବା ଜାତୀୟ…