ଅପରାଧ ଭଡାଘର ମାଲିକଙ୍କ ପୁଅକୁ ଅପହରଣ ଅଭିଯୋଗରେ ଜଣେ ଗିରଫ Angul OnlineJuly 13, 2022July 13, 2022 ଅନୁଗୁଳ – ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ନାବାଳକ ପୁଅକୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ରମେଶ ଦଳେଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଅନୁଗୁଳରେ ରାଜମିସ୍ତ୍ରୀ କାମ କରୁଥିବା ବରୀ ଅଞ୍ଚଳର ରମେଶ ଦଳେଇ ନାମକ ଜଣେ ବ୍ୟକ୍ତି ଅନୁଗୁଳ ସହର ଉପକଣ୍ଠ ପରତରାରେ ବିଜୁଳି ନାୟକଙ୍କ ଘରେ ଭଡ଼ାରେ ରହୁଥିଲା । କିଛି ଦିନ ତଳେ ସେ ବିଜୁଳି ନାୟକଙ୍କ ପାଖରୁ ୨୧ ହଜାର ଟଙ୍କା ଉଧାର ଆକାରରେ ନେଇଥିଲା । ଏହି ଟଙ୍କା ଫେରାଇବାକୁ ବିଜୁଳି କହିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହା ପରେ ରମେଶ ବିଜୁଳିଙ୍କ ୯ ବର୍ଷର ପୁଅକୁ ନେଇ ଫେରାର ହୋଇ ଯାଇଥିଲା । ଏନେଇ ବିଜୁଳି ଅନୁଗୁଳ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୫୧୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତଦନ୍ତ ବେଳେ ରମେଶ ନାବାଳକକୁ ନେଇ କଟକ ଧବଳେଶ୍ଵର ପାଖରେ ଥିବା ଖବର ପାଇ ପୁଲିସ ଚଢାଉ କରି ରମେଶକୁ ଗିରଫ କରିବା ସହ ନାବାଳକକୁ ଉଦ୍ଧାର କରିଛି । Advertisement
ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ ଅନୁଗୋଳ – ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି । ସୂଚନା ଅନୁସାରେ ଅନୁଗୋଳ-କଟକ ପୁରୁଣା…
୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ…
ମାଉଜର ଦେଖାଇ ଟଙ୍କା ଲୁଟ ଅଭିଯୋଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ସୁନାଖଣି , ବିକସର ପାଖରେ ଆଜି ସକାଳେ ଜଣେ ଔଷଧ ବିକ୍ରେତାଙ୍କୁ ମାଉଜର ଦେଖାଇ ଟଙ୍କା ଲୁଟ ହୋଇଥିବା…