ମୁଖ୍ୟ ଖବର ରାସ୍ତାରେ ଜଳିଗଲା ସ୍କୁଟି Angul OnlineJuly 13, 2022July 13, 2022 ଅନୁଗୁଳ – ରାସ୍ତାରେ ସ୍କୁଟି ଚଲାଇ ଯାଉଥିବା ବେଳେ ଜଳିଗଲା ସ୍କୁଟି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର-ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗ୍ରାମ ନିକଟରେ ଏଭଳି ଏକ ଘଟଣା ଘଟିଛି । ସୂଚନା ଅନୁଯାୟୀ ବରଗଡ଼ ଅଞ୍ଚଳର ରମେଶ ବାଗ ନାମକ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ମହୀଧରପୁର ଅଞ୍ଚଳରେ ଭଡ଼ାରେ ରୁହନ୍ତି । ଆଜି ରମେଶ ବାଗ ତାଙ୍କ ସ୍କୁଟି ଧରି ମହୀଧରପୁର ଗ୍ରାମକୁ କିଛି ଜିନିଷ କିଣିବାକୁ ଆସୁଥିବା ବେଳେ ମାଧିଅମୁଣ୍ଡା ଗ୍ରାମ ନିକଟରେ ହଠାତ ସ୍କୁଟିରେ ନିଆଁ ଲାଗିଥିଲା । ନିଜ ଜୀବନ ବଞ୍ଚାଇବାକୁ ଯାଇ ସ୍କୁଟିରୁ ରମେଶ ଡେଇଁ ପଡ଼ିଥବା ବେଳେ ଆଖି ସାମ୍ନାରେ ସ୍କୁଟିଟି ହୁ ହୁ ହୋଇ ଜଳି ପାଉଁଶ ହୋଇ ଯାଇଥିଲା । ତେବେ ସ୍କୁଟି ଟି ସର୍ଟ ସର୍କିଟି ଯୋଗୁଁ ନିଆଁ ଲାଗିଥିବା ସ୍କୁଟି ମାଲିକ କହିଛନ୍ତି । Advertisement
ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ…
ମୁରବିଶୂନ୍ୟ ହୋଇ ଅକାମି ହେଲା କେନ୍ଦ୍ରୀୟ ପୂଜା କମିଟି – ମେଲଣକୁ ନେଇ ସନ୍ଦେହ ଅନୁଗୁଳ – କେନ୍ଦ୍ରୀୟ ପୂଜା କମିଟି ବୈଠକ ବସିଲା ହେଲେ କମିଟିର କର୍ମକର୍ତ୍ତା ଚୟନ ନେଇ ବୈଠକରେ ନିଷ୍ପତି ହୋଇ ପାରିଲା ନାହିଁ । ଫଳରେ ଚଳିତ…
୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଲା ଜୀବନ । ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ କରଡାଗାଡ଼ିଆ ଗାଁର କାଶୀନାଥ…