ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ନିମନ୍ତେ ଜନଶୁଣାଣୀ

ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ନିମନ୍ତେ ଜନଶୁଣାଣୀ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର କରଡାବାହାଳି ଠାରେ ବୁଧବାର ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଅନୁଗୁଳ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ନୟନୀ କୋଲବ୍ଲକରେ ମେସର୍ସ ଦି ‘ସିଙ୍ଗେରେନୀ’ କମ୍ପାନୀକୁ କୋଇଲା ଖନନ ନିମନ୍ତେ ୯୧୨.୭୯୯ ହେକ୍ଟର(୨୨୫୫.୫୦ ଏକର) ଜାଗା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଏହି କୋଇଲା ଖଣି ନିମନ୍ତେ ବୁଧବାର ଜନଶୁଣାଣି ପୂର୍ବାହ୍ନ ୧୧ଟା ବେଳେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ଅନୁଗୁଳ ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ ଓ ଅନୁଗୁଳ ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇ ଶୁଣାଣି କରିଥିଲେ । ଏହି ଜନଶୁଣାଣୀରେ ନୟନୀ କୋଲବ୍ଲକ ଅଧିନରେ ଯାଉଥିବା କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ମୈାଜା, ଛେଣ୍ଡିପଦା ଆଦି ଗ୍ରାମର କ୍ଷତି ଗ୍ରସ୍ତ ଶତାଧିକ ପ୍ରଜା ମାନେ ଯୋଗ ଦେଇଥିଲେ । ଏହି ଜନଶୁଣାଣିରେ କରଡାବାହାଳି ଓ ଥଳିପଶି ଗ୍ରାମର ଜମି ଯାଉଥିବା ଓ ନଯାଉଥିବା ସମସ୍ତ କ୍ଷତି ଗ୍ରସ୍ତ ପ୍ରଜା ମାନଙ୍କୁ ସ୍ଥାୟୀ ନିଯୁକ୍ତି , କମ୍ପାନି କାର୍ଯ୍ୟ ବେଳେ ଠିକା କାର୍ଯ୍ୟ ଗୁଡିକୁ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଦିଆଯାଉ । ନୟନି କୋଲ ବ୍ଲକ ଅଞ୍ଚଳରେ କ୍ଷତି ଗ୍ରସ୍ତ ହେଉଥିବା ସଂରକ୍ଷିତ ଜଙ୍ଗଲ ,ଗୋଚର .ଶଶ୍ମାନ ଓ ଜଳାଶୟ ଆଦି ଦୁଇଗୁଣ ଜମି ବୃକ୍ଷ ରୋପଣ କରିବା ସହିତ ଏକକ ସ୍ଥାନରେ ଦିଆଯାଉ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ଭିନ୍ନକ୍ଷମ ପୁରୁଷ ଓ ମହିଳା ମାନଙ୍କୁ ମାସିକ ଭତା ଅନ୍ୟୁନ ୧୦ହଜାର ,ମାଗଣା ସ୍ୱାସ୍ଥ୍ୟ ସେବା ,ଶିକ୍ଷାର ଉନ୍ନତି ପାଇଁ ଇଂଗ୍ରାଜି ମିଡିୟମ ବିଦ୍ୟାଳୟ ବ୍ୟବସ୍ଥା ,ଉନ୍ନତ ମାନର ପାନୀୟ ଜଳ ବ୍ୟବସ୍ଥା ,ସମସ୍ତ ମନ୍ଦିରର ଉନ୍ନତି କରଣ ,ରାସ୍ଥାର ଉନ୍ନତି କରଣ ଓ ଆଲୋକି କରଣ ଆଦି ଜନ କଲ୍ୟାଣ ଯୋଜନା କରିବା ସହିତ ସିଙ୍ଗାରେନି କୋଇଲାଖଣିକୁ ମା ରକ୍ତ ମାଉଲି କୋଇଲା ଖଣୀ ନାମରେ ନାମିତ କରାଯାଉ ବୋଲି ଅଭିଯୋଗରେ ଜଣାଇଥିଲେ

ଏହି ଶୁଣାଣିରେ ଛେଣ୍ଡିପଦା ଗ୍ରାମବାସୀଙ୍କ ପକ୍ଷରୁ ଆଉଥରେ ସଂରକ୍ଷିତ ଜଙ୍ଗଲର ଗୁଣାବଳିକୁ ଅନୁଧ୍ୟାନ ପୂର୍ବକ ପୁନଃ ବିଚାର କରିବା ପାଇଁ ଅଭିଯୋଗ କରିଥିଲେ । ସେହିପରି ବ୍ରାହ୍ମଣବିଲ ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ଆଗରୁ ଦିଆଯାଇଥିବା ୧୭ଟି ଦାବିକୁ ପୂରଣ କରିବା ସହିତ ଆଉଥରେ ଲୋକଙ୍କ ସହିତ ଆଲୋଚନା କରାଯାଇ ପୂନର୍ବାର ଜନଶୁଣାଣି କରାଯାଉ ।ଏହି ଜନଶୁଣାଣିରେ ଛେଣ୍ଡିପଦା ପଂଚାୟତ ସମିତିର ଅଧକ୍ଷ ଅଶୋକ କୁମାର ପ୍ରଧାନ ଯୋଗଦେଇ କମ୍ପନି ନହେବା ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥାଏ କମ୍ପାନି ହେଲାପରେ କମ୍ପାନି କତୃପକ୍ଷ ସେଥିପ୍ରତି ଧ୍ୟାନ ଦେଇ ନଥାନ୍ତି ।ଯେପରି ପୁନର୍ବାର ସେହିପରି ନକରିବା ଏବଂ ସାଧାରଣ ଲୋକ ଯୋପରି ହଇରାଣ ହରକତ ନହୁଅନ୍ତି ସେଥିପ୍ରତି କମ୍ପାନି ଓ ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗ ଶୁଣିବା ପରେ ଅନୁଗୋଳ ପ୍ରଦୂଷଣ ବିଭାଗର ଆଂଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ ଓ ଅନୁଗୋଳ ରାଜସ୍ୱ ବିଭଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ପ୍ରଧାନ ପ୍ରକାଶ କରିଥିଲେ ଯେ ଗ୍ରାମବାସୀ ମାନେ ଅଭିଯୋଗ କରିଥିବା ସମସ୍ତ ଅଭିଯୋଗ ଭିଡିଓ ରେକଡିଂ କରାଯାଇଛି । ଏହି ରେକଡିଂ ଲିପିବଦ୍ଧ କରାଯାଇଛି ଏବଂ ଏହାକୁ ଭାରତ ସରକାରଙ୍କ ନିକଟକୁ ପଠାଇ ଦିଆଯିବ ଏବଂ ଏହା ବିଭାଗିୟ ୱେବ ସାଇଟରେ ମଧ୍ୟ ଉପଲବ୍ଧ ହେବ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply