ମୁଖ୍ୟ ଖବର କଞ୍ଚାମାଲ ପାଇଁ ଟଙ୍କା ନେଇ ଠକାମୀ-ଥାନାରେ ଅଭିଯୋଗ Angul OnlineJuly 14, 2022July 14, 2022 ଅନୁଗୁଳ – ରାଜ୍ୟ ବାହାରୁ କଞ୍ଚା ମାଲ ମଗାଇବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ନୂଆଦିଲ୍ଲୀର ଏକ କମ୍ପାନୀ ୨୨ ହଜାର ତାଙ୍କ ଠକି ନେଇଥିବା ବ୍ୟବସାୟୀ ଜଣଙ୍କ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତେଣ୍ଟୁଲୋଇ ଗାଁର ଧ୍ରୁବ ଚରଣ ପ୍ରଧାନ ନାମକ ଜଣେ ବ୍ୟବସାୟୀ ନୂଆଦିଲ୍ଲୀର ସି କେ ଇଣ୍ଡଷ୍ଟ୍ରି ନାମକ ଏକ ସଂସ୍ଥାରୁ କଞ୍ଚମାଲ ମଗାଇବା ପାଇଁ ୯୯୧୧୩୬୬୯୧୧ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଏହାପରେ କଥାବାର୍ତ୍ତା ପରେ ଧ୍ରୁବ ଉକ୍ତ କମ୍ପାନୀର ଆକାଉଣ୍ଟ ନମ୍ବରରେ ଜୁନ ୧୫ ତାରିଖରେ ୨ ହଜାର ଟଙ୍କା ଓ ଜୁନ ୨୪ ତାରିଖରେ ୨୦ ହଜାର ଟଙ୍କା ପଠାଇଥିଲେ । ଏହା ପରେ ଉକ୍ତ କମ୍ପାନୀ ଆଉ କଞ୍ଚାମାଲ ପଠାଇଲା ନାହିଁ । ଏପରିକି ପୂର୍ବରୁ ଯେଉଁ ମୋବାଇଲ ନମ୍ବରରେ କଥା ହୋଇଥିଲେ ସେହି ନାମବାରକୁ କଲ କାଲେ କେହି ଆଉ ଫୋନ ଉଠାଉ ନାହାନ୍ତି । ଏହାପରେ ଧ୍ରୁବ ଠକାମୀର ଶିକାର ହୋଇଥିବା ଜାଣିପାରି ଚ୍ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
କରୋନାର କରୁଣ ଦୃଶ୍ୟ – ପୋତା ଶବକୁ ଖୋଳି କରାଗଲା ଦାହ ଅନୁଗୁଳ – କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରି ଚାଲିଥିବା ବେଳେ ଭୟ ଓ ଆତଙ୍କ ଯୋଗୁଁ ମାନବିକତା ମଧ୍ୟ ହଜିବାରେ ଲାଗିଛି । ରୋଗ…
ରାଜପଥ ନା ମୃତ୍ୟୁ ପଥ ? ଗୋଟିଏ ଦିନରେ ନେଲା ୨ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମୃତ୍ୟୁର ପଥ ପାଲଟିଛି । ପ୍ରତ୍ୟେକ ଦିନ ଏହି ରାଜପଥର କେଉଁଠି ନା…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା , ମହିଧରପଡାର ଗଣେଶ୍ୱର ବେହେରା । ହାତୀ…