ଭଲ ଖବର ମାନସିକ ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କଲେ ସମାଜସେବୀ Angul OnlineJuly 14, 2022July 14, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବାଇବାସ ଛକ ଠାରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବତୀ ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଉପରକୁ କାଦୁଅ ଫୋପାଡୁଥିବା ସହ ରାସ୍ତା ଉପରେ ଶୋଇ ପଡୁଥିଲା । ଫଳରେ ଯାତାୟାତ କରୁଥିବା ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ କିଛିଦିନ ହେଲା ସେ ଏଭଳି କରୁଥିବା ବେଳେ କେହି ବାରଣ କରୁ ନଥିଲେ କି ପ୍ରଶାସନ ମଧ୍ୟ ଜାଣି ଅଣଦେଖା କରିଥିଲା । ଏପରିସ୍ଥଳେ ଆଜି ସମାଜ ସେବୀ ବାପି ମହାନ୍ତି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ । ଏହା ସହ ପୁଲିସ ସହାୟତାରେ ମିଶନ ଆଶା ଆମ୍ବୁଲାନ୍ସରେ ତାକୁ ଉତ୍ତମ ଚିକିତ୍ସା ପାଇଁ ପଠାଇ ଥିଲେ । ବାପିଙ୍କର ଏଭଳି ମାହାନ କାର୍ଯ୍ୟ ପାଇଁ ତାଲଚେରର ବିଭିନ୍ନ ମହଲରୁ ପ୍ରଶଂସା କରା ଯାଇଛି । Advertisement
ସୋମବାର ଠାରୁ ଯୁବଗୋଷ୍ଠୀଙ୍କୁ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି (ସୋମବାର) ଠାରୁ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରାଯିବ । ଅନ୍ୟ ଜିଲ୍ଲା ମାନଙ୍କରେ…
ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି? ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ…
ସ୍ୱାତି ସାଗରିକା ଆଚାର୍ଯ୍ୟ ଅନୁଗୋଳ ସରକାରୀ କଲେଜ ବିଜ୍ଞାନ ଟପର ଅନୁଗୋଳ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଆଜି ପୂର୍ବାହ୍ନ…