ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗ । ଏ ନେଇ ଆଜି(ଶୁକ୍ରବାର) ଛେଣ୍ଡିପଦା ତହସିଲଦାର ଥାନାରେ ଜଣାଇବା ପରେ ପୁଲିସ ୫ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁସାରେ ଗତ ୧୩ ତାରିଖ ଦିନ ଏକ ଜମି ବିକ୍ରି ପାଇଁ ରେଜିଷ୍ଟେଶନ୍ କରାଯାଉଥିବଲା । ତେବେ ଛେଣ୍ଡିପଦା ତହସିଲଦାର ଦଲିଲ ଯାଞ୍ଚ କରିବା ସମୟରେ ୨ଟି ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି ହୋଇଥିବା ସନ୍ଦେହ କରିଥିଲେ । ଉକ୍ତ ପ୍ରମାଣପତ୍ରକୁ ଯାଞ୍ଚ କରିବା ବେଳେ ଗୋଟିଏ ଆଇନଗତ ଉତ୍ତରାଧିକାରୀ ପ୍ରମାଣ ପତ୍ରରେ ଜଣକ ନାମକୁ ଚଞ୍ଚକତା କରି ଚତୁରତାର ସହିତ ବାଦ ଦିଆ ଯାଇଥିବା ବେଳେ ଆଉ ଏକ ଆଇନ ଗତ ଉତ୍ତରାଧିକାରୀ ପ୍ରମାଣ ପତ୍ରରେ ସେହିପରି ଚଞ୍ଚକତା କରାଯାଇ ଦୁଇ ଜଣଏନକେ ନାମକୁ ବାଦ ଦେଇ ଜଣକ ନାମ ରଖା ଯାଇଥିବା ଦେଖିଥିଲେ । ଯାହାକୁ ନେଇ ତହସିଲଦାର ତହସିଲ ଚିଠି ନମ୍ବର୍ ୭୨ରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଅନୁଯାୟୀ ପୁଲିସ କେସ ନମ୍ବର୍ ୩୩୮/୨୨ରେ ମାମଲା ରୁଜ୍ଜୁ କରିବା ସହିତ ଅଭିଯୋଗ ଅନୁଯାୟୀ ବାବାଜୀ ନାୟକ, ପ୍ରଦୀପ ଗଡନାୟକ, ଝଟକ ସାହୁ , ଡିଲ ସାହୁ, କିଶୋର ଚନ୍ଦ୍ର ସାହୁଙ୍କ ନାମରେ ମାମଲା ରୁଜ୍ଜୁ କାରି ଘଟଣାର ତଦନ୍ତ ଚଳାଇଛି ।
What’s your Reaction?
+1
+1
+1
+1
+1
9
+1
+1
1