ମୁଖ୍ୟ ଖବର ଜାଲ ପ୍ରମାଣପତ୍ରରେ ପିଇଟି ଚାକିରି ଘଟଣା – ମହିଳା ପିଇଟି ଗିରଫ Angul OnlineJuly 17, 2022July 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଅନୁଗୁଳ ଥାନାରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅଭିଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍କୁଲରେ ଏଭଳି ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ୧୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରା ଯାଇଥିଲା । ତେବେ ଏହି ଘଟଣାରେ ଅନୁଗୁଳ ପୁଲିସ ଜଣେ ମହିଳା ପିଇଟିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରେ ପିଇଟି ଶିକ୍ଷକ ଥିବା ସୁପ୍ରଭା ସାହୁ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅଭିଯୋଗ କରିଥିଲେ । ସୁପ୍ରଭାଙ୍କ ଘର ପାଟକୁରା ଥାନା ଗୋବିନ୍ଦପୁର ଅଞ୍ଚଳର ବୋଲି ଜଣା ପଡିଛି । ସେ ଚାକିରି କରିବା ପାଇଁ ତିଗିରିଆର ପ୍ରଶନ୍ନମଣି କଲେଜ ଅଫ ଫିଜିକାଲ ଏଜୁକେସନରୁ ସିପିଇଡ଼ି ପାସ କରିଥିବା ପ୍ରମାଣପତ୍ର ଦାଖଲ କରିଥିଲେ । ତେବେ ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କ ଯାଞ୍ଚ ବେଳେ ଉକ୍ତ ଅନୁଷ୍ଠାନରେ ଏଭଳି ନାମଧାରୀ କେହି ତାଲିମ ନେଇ ନଥିବା ଜଣା ପଡିଥିଲା । ଏହି ଆଧାରରେ ଅନୁଗୁଳ ପୁଲିସ ଆଜି ସୁପ୍ରଭା ସାହୁ ରହୁଥିବା ବଳରାମପ୍ରସାଦର ଏକ ଭଡାଘରୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ସଡକ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ଅନୁଗୋଳ – ଶୁକ୍ରବାର ଅପରାହ୍ନରେ ତାଳଚେର ୧୪୯ ନଂ ଜାତୀୟ ରାଜପଥର ଥର୍ମାଲ ନିକଟସ୍ଥ ନନ୍ଦିରା ବ୍ରିଜ୍ ପାଖରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ…
ଶୋଭାଯାତ୍ରା ହେଲା ଶେଷଯାତ୍ରା – ଘଟଣାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ଅନୁଗୁଳ – ପେଟ୍ରୋଲ , ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଅନୁଗୁଳ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ…
ଦୋକାନ ଘର ଭିତରକୁ ପଶିଗଲା ଟ୍ରକ ଛେଣ୍ଡିପଦା – ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା…