ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ ଲାଗୁ ହେଲା କଟକଣା

ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ ଲାଗୁ ହେଲା କଟକଣା

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ କଟକଣା ଲଗା ଯାଇଛି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ନିର୍ଦେଶ ଅନୁସାରେ ୧୪୯ ନମ୍ବର ରାଜପଥରେ ଯାଉଥିବା ଭାରିଯାନ ଗୁଡିକ ଉପରେ ଏହି କଟକଣା ଲଗା ଯାଇଛି କଟକଣା ଅନୁଯାୟୀ ଏହି ରାଜପଥରେ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ ଯାଏ ଏବଂ ସନ୍ଧ୍ୟା ୪ ଟାରୁ ରାତି ୮ ଯାଏ ଭାରିଯାନ ଚଳାଚଳ ନିଷିଦ୍ଧ କରା ଯାଇଛି ବଅଁରପାଳରୁ ତାଳଚେର ଆସୁଥିବା ଗାଡି ଗୁଡିକ ଏଫସିଆଇ ଛକ ଠାରୁ ବଳରାମପ୍ରସାଦ , ତେଣ୍ଟୁଲୋଇ , ହାଣ୍ଡିଧୂଆଁ , ବାଘୁଆବୋଲ ଦେଇ ପବିତ୍ରମୋହନ ଛକରେ ବାହାରିବେ ସେହି ସମୟରେ ଗାଡି ଗୁଡିକର ବେଗ ଘଣ୍ଟାପ୍ରତି ୨୦ ରୁ ଅଧିକ ରହିବା ନାହିଁ ବୋଲି କଡା ନିର୍ଦେଶ ରହିଛି ବଅଁରପାଳରୁ ତାଳଚେରର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଯୋଗୁଁ ଏଭଳି କଟକଣା ଜାରି କରା ଯାଇଥିବା ଜଣା ପଡିଛି

What’s your Reaction?
+1
7
+1
0
+1
5
+1
0
+1
29
+1
0
+1
1

Leave a Reply