ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ

ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଆଜି ଅନୁଗୁଳ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଉତ୍ତରାଞ୍ଚଳ ଆରଡ଼ିସି ସୁରେଶ ଚନ୍ଦ୍ର ଦଳାଇଙ୍କ ସମେତ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ , ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି , ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଏସପି , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ପାଲଲହଡା ବିଧାୟକ ମୁକେଶ ପାଳ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏ , ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦେଶକ ଜି କେ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୩ ଘଣ୍ଟା ଧରି ବିଭିନ୍ନ ଆଲୋଚନା କରାଯାଇଥିଲା । ବୈଠକରେ ବଅଁରପାଳରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ମରାମତି ଚାଲିଛି । ଏହାକୁ ଯଥାଶିଘ୍ର ସାରିବାକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପରାମର୍ଶ ଦେଇଛନ୍ତି । ପାଣି ଜମି ରହୁଥିବା ଖାଲୁଆ ରାସ୍ତାରର ଉଚ୍ଚତା ବୃଦ୍ଧି କରିବା ସହ ଏକ ନିଦ୍ଧିଷ୍ଟ ଯୋଜନା ମୁତାବକ ଜାତୀୟ ରାଜପଥ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତା ନିର୍ମାଣରେ ଏହାର ଗୁଣବତ୍ତା , ଲେ ଆଉଟ୍ ଯୋଜନା ଓ ଆବଶ୍ୟକ ସ୍ଥାନରେ କଲଭର୍ଟ ବସାଇବା କାର୍ଯ୍ୟକୁ ଶିଘ୍ର କରିବାକୁ ବୈଠକରେ ଉପସ୍ଥିତ ବିଧାୟକମାନେ ଗୁରୁତ୍ବାରୋପ କରିଥିଲେ । ରାସ୍ତା ଡାଇଭରସନ୍ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ସହ ବାଇପାସ ରାସ୍ତା କାର୍ଯ୍ୟକୁ ଆସନ୍ତା ୬ ମାସ ମଧ୍ୟରେ ସମ୍ପନ୍ନ କରିବା ନିମନ୍ତେ ବିଭାଗୀୟ କର୍ମକର୍ତ୍ତା ପ୍ରକାଶ କରିଥିଲେ । ଢେଙ୍କାନାଳର ପ୍ରକଳ୍ପନିର୍ଦ୍ଦେଶକ ( ଏନ୍‌ଏଚ୍ଏଆଇ ) ନିୟମିତ ରାସ୍ତା ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରି ରାଜସ୍ବ କମିଶନର ଓ ଉଭୟ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ନିଆଗଲା । ଜାତୀୟ ରାଜପଥରୁ ବିଭନ୍ନ ସଂଲଗ୍ନ ରାସ୍ତା ଦେଇ ଚଳାଚଳ ହେବାକୁ ଥିବା ଗାଡି ଗୁଡିକର ଦିଗ ନିର୍ଣ୍ଣୟ କରିବାକୁ ପରାମର୍ଶ ଦିଆ ଯାଇଥିଲା । କେନ୍ଦୁଝର ଆଇରନ ମାଇନସର ଗାଡି ପାଳଲହଡା ପିତିରିଛକରୁ କାମାକ୍ଷାନଗର ଦେଇ ଢେଙ୍କାନାଳ ବାଇପାସ୍‌ରେ ପହଞ୍ଚି କଟକ ଓ ଭୁବନେଶ୍ବରକୁ ଚଳାଚଳ କରିବ । ଅନ୍ୟ ପଟରେ ଢେଙ୍କାନାଳ ବାଇପାସରୁ ଟାଟା ଷ୍ଟିଲକୁ ଏହା ସଂଲଗ୍ନ କରିବ । ଭରତପୁର , ହିଙ୍ଗୁଳା ଓ ବଳରାମ ଖଣିରୁ ଗାଡିଗୁଡିକ ବହୁର ଛକ ଦେଇ ପରଜଙ୍ଗ କାମାକ୍ଷାନଗର ଦେଇ ଢେଙ୍କାନାଳ ବାଇପାସ୍‌ରେ ବାହାରିବ । ସେହିପରି ଜିନ୍ଦଲ ଏୟାର ଷ୍ଟ୍ରିପରୁ କୋଶଳା ରୋଡ୍ , ଛେଣ୍ଡିପଦା ଓ ଦେବଗଡ ଦେଇ ଗାଡିଗୁଡିକ ସମ୍ବଲପୁର ଚଳାଚଳ କରିବା । ମୁଖ୍ୟତଃ ବଅଁରପାଳରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଦେଢ ମାସ ମଧ୍ୟରେ ମରାମତି କାମ ସାରିବାକୁ ଏନଏଚଏଆଇ କର୍ତ୍ତୁପକ୍ଷଙ୍କୁ କୁହା ଯାଇଛି । ସନ୍ତିରି ଛକ (ବାଇପାସ ରୋଡ ରୁ ବଅଁରପାଳ) ପର୍ଯ୍ୟନ୍ତ ରାସ୍ତା ନିକଟରେ ଖରାପ ହୋଇଥିବା ରାସ୍ତା ୩ ସପ୍ତାହ ଭିତରେ ସାରିବେ । ଆଉ ବାକି କୁଲାଡ , ସିପିପି , କାର୍ଗିଲ ତେଲ ଟାଙ୍କି ପାଖ ରାସ୍ତା ଆଡିକୁ ଦେଢ ମାସ ମଧ୍ୟରେ ସାରିବ ବୋଲି ଏନଏଚଏଆଇ ପ୍ରତିଶ୍ରୁତି ଦେଇଛି । ତେବେ ଏଥିପାଇଁ ପ୍ରଥମେ ଏକ ପ୍ଳାନ ତିଆରି କରି ଆରଡ଼ିସିଙ୍କ ନିକଟରେ ଉପସ୍ଥାପନ କରିବେ ।

What’s your Reaction?
+1
27
+1
2
+1
4
+1
11
+1
43
+1
8
+1
6

Leave a Reply