ଆଞ୍ଚଳିକ କାର୍ଗିଲ ବିଜୟ ଦିବସ ପାଳିତ Angul OnlineJuly 26, 2022July 26, 2022 ଅନୁଗୁଳ – ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୩ ତମ କାର୍ଗିଲ ବିଜୟ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଅନୁଗୁଳ ପୌରପାଳିକାର ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ , ଛାତ୍ରୀଛାତ୍ରମାନଙ୍କୁ ଦେଶର ସଂହତି ଓ ଅଖଣ୍ଡତା ବଜାୟ ରଖୁବାରେ ନାଗରିକର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଗିଲ ଯୁଦ୍ଧରେ ନିହତ ବୀର ଯବାନମାନଙ୍କ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହ ଏହି ମାଟି ଓ ଜାତି ପାଇଁ ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଯୋଗଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଅନେକ ମହାପୁରୁଷ ଦେଶ ଓ ଜାତି ପାଇଁ ତ୍ୟାଗ ସହ ବଳିଦାନ ହୋଇଥିବା ହେତୁ ଇତିହାସ ପୃଷ୍ଠାରେ ସେମାନେ ଆଜି ଅମର ଅମର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରୁଚିର କୁମାର ପାଣିଗ୍ରାହୀ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ସାହୁ , ମହାରାଣୀ ଚାରିଟେବୁଲ ଟ୍ରଷ୍ଟର ସଭାପତି ଅକ୍ଷୟ କୁମାର ଦଳବେହେରା , ସହିଦ୍ ମାନସଙ୍କ ସ୍ଥାନ ଭାଇ ବିଶ୍ବ ରଞ୍ଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶର ସୁରକ୍ଷା ପାଇଁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ତପ୍ତ ରହିବାକୁ ପରାମର୍ଶ ଦେଇଥିଲେ । ସ୍ମୃତି ପରିଷଦର ସଭାପତି ପ୍ରତାପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ପର୍ଶୁରାମ ଦାଶ ଛାତ୍ରୀମାନ ଏବେ ଦେଶ ସେବାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଥିବା କହିଥିଲେ । ଏହି ଅବସରରେ ସ୍ତମ୍ଭକାର ତଥା ପ୍ରାବନ୍ଧିକ ରୁଚିର କୁମାର ପାଣିଗ୍ରାହୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିଥିଲେ । ସଭା ପ୍ରାରମ୍ଭରେ ପରିଷଦର ପ୍ରତିଷ୍ଠାତା ସଦସ୍ୟ ମେଜର ଜେ.ସି. ବେହେରାଙ୍କ ସ୍ମତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସଂଯୋଜକ ବିଶ୍ବରଞ୍ଜନ ପଟ୍ଟନାୟକ , ସଭ୍ୟ ସୁଶାନ୍ତ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । Advertisement
ମା’ବାୟାଣୀ ଯାତ୍ରା ସମ୍ପନ୍ନ – ଦୁଇ ବର୍ଷ ପରେ ଯାତ୍ରାରେ ଜନ ସମାଗମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ବହୁ ଜନସମାଗମରେ ଶୃଙ୍ଖଳାର ସହ ରବିବାର ଗ୍ରାମବାସୀଙ୍କ…
ଜାତୀୟ ରାଜପଥ ୫୫ କାଦୁଅ ପଚପଚ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ବର୍ତ୍ତମାନ ମରଣ ଯନ୍ତା ସାଜିଛି । ମୁଖ୍ୟତଃ ବଅଁରପାଳ ଠାରେ ରାସ୍ତାର ଅବସ୍ଥା ଦେଖିଲେ…
ମରୁଡି ଦାବିରେ କଂଗ୍ରେସର ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ କଂଗ୍ରେସ ପକ୍ଷରୁ ଶୁକ୍ରବାର ଛେଣ୍ଡିପଦା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…