ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ ପାଳଙ୍କ ନାମରେ ଭିତିହୀନ ଖବର ପ୍ରସାରଣ କରା ଯାଉଛି । ଯାହା ଫଳରେ ବିଧାୟକଙ୍କ ସମ୍ମାନ ଉପରେ ଆଞ୍ଚ ଆସୁଛି । ଏଭଳି ଏକ ଅଭିଯୋଗ କରିଛନ୍ତି ପାଲଲହଡା ଯୁବ ଓ ଛାତ୍ର ବିଜେଡ଼ି । ସେମାନଙ୍କ ଅଭିଯୋଗ ହେଲା ଯେ ବିଗତ ଦିନରେ ଏକ ୱେବ ମେଡିଆ ଓ ଖବରକାଗଜରେ ଭିତ୍ତିହୀନ, ତଥ୍ୟହୀନ ଓ ଅଶ୍ଳୀଳ ଶବ୍ଦ ବ୍ୟବହାର କରି ବିଧାୟକ ମୁକେଶ ପାଳଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରା ଯାଉଛି । ଯାହାକୁ ସେମାନେ ନିନ୍ଦା କରିବବା ସହ ପାଲଲହଡା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପାଲଲହଡା ଥାନାରେ ଏକ ଏତଲା ଦିଆଯାଇଛି । ଯୁବ ସଭାପତି ପ୍ରଶାନ୍ତ ସାମଲ ଓ ଛାତ୍ର ସଭାପତି ସବ୍ୟସାଚୀ କପର୍ଦାର ଙ୍କ ନେତୃତ୍ଵରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ପାଲଲହଡା ଥାନାରେ ଉକ୍ତ ସଂସ୍ଥା ବିରୋଧରେ ଏତଲା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
What’s your Reaction?
+1
3
+1
+1
+1
+1
3
+1
+1