ଅପରାଧ ମୋଟରସାଇକେଲ ଚୋରୀ ଗ୍ୟାଙ୍ଗ ଗିରଫ – ୧୧ ମୋଟରସାଇକେଲ ଜବତ Angul OnlineJuly 31, 2022July 31, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଆଦର୍ଶ ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଟି ଚୋରା ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୪ ମୋଟରସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନେକ ଦିନ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ରିପୋର୍ଟ ହେଉଥିଲା । ଏଥିପାଇଁ ତାଳଚେର ପୁଲିସ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ତେବେ ଗତକାଲି ତାଳଚେର ଆଦର୍ଶ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଏବଂ କର୍ମଚାରୀଙ୍କ ମିଳିତ ଚଢାଉ କରି ମୋଟରସାଇକେଲ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ସେମାନଙ୍କୁ ପଚରାଉଚୁରା ପରେ ପୁଲିସ ବିଭିନ୍ନ ସ୍ଥାନରୁ ୧୧ ଟି ମୋଟରସାଇକେଲ ଉଦ୍ଧାର ମଧ୍ୟ କରିଥିଲା । ଗିରଫ ହୋଇଥିବା ମୁଖ୍ୟ ମୋଟରସାଇକେଲ ଲୁଟେରା ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଦୋମୁହାଣି ଗ୍ରାମର ବିଜୟ ପରିଡ଼ା ଓରଫ ହଟିଆ ଓ ତ୍ରୀନାଥ ରଣା , ଏବଂ କେନ୍ଦୁଝର ଜିଲ୍ଲା ଟେଳକୋଇ ଥାନା ଅନ୍ତର୍ଗତ ଦେବାଶିଷ ରଣା ଓ ଦୀପକ କୁମାର ରଣା । ଏମାନେ ତାଳଚେର ଓ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି କରୁଥିଲେ । Advertisement
ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏସ.ଟି.ଏଫ. ଚଢ଼ାଉ କରି ୧୬୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ମହଜୁଦ ରଖିବା ଅଭିଯୋଗରେ…
ଡାକ୍ତରଙ୍କଠାରୁ କୋଟିଏ ଟଙ୍କା ଠକିଥିବା ହୀରକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ…
ଲୁଟ ଘଟଣାର ଅଭିଯୁକ୍ତ ଗିରଫ – ଲୁଟେରାଙ୍କୁ ଧରିବା ବେଳେ ପୁଲିସକୁ ଆକ୍ରମଣ ଅନୁଗୁଳ-୨୮/୧୧- ଅନୁଗୁଳ ସହର ଡିଆଇସି ଛକ ନିକଟ ଫ୍ଲିପକାର୍ଟ୍ ଅଫିସ୍ରୁ ଗତ ମେ’ ମାସ ୧୫ ତାରିଖ ରାତି ଲୁଟପାଟ ମାମଲାରେ ଅନୁଗୁଳ ଟାଉନ୍ ଥାନା ପୁଲିସ…