ଅପରାଧ ବଜାର ଭିତରୁ ଡିକି ଭାଙ୍ଗି ନେଇଗଲେ ଏକ ଲକ୍ଷ ଟଙ୍କା (ଭିଡିଓ) Angul OnlineAugust 1, 2022August 1, 2022 ତାଳଚେର – ପୁଣି ମାତିଲେ ଡିକି ଲୁଟେରା । ଜନ ଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ବଜାରରେ । ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ନାମକ ଜଣେ ବ୍ୟକ୍ତି ତାଳଚେର SBI ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ତାଙ୍କ ମୋଟରସାଇକେଲ ଡିକିରେ ଟଙ୍କା ରଖିଥିଲେ । ସେଠାରୁ ସେ ଏକ ହାର୍ଡୱେୟାର ଦୋକାନକୁ ଯାଇ ଦୋକାନ ସାମନାରେ ମୋଟରସାଇକେଲ ରଖି ଦୋକାନ ଭିତରକୁ ଯାଇଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଡିକି ଭାଙ୍ଗି ଟଙ୍କା ନେଇ ଚମ୍ପଟ ମାରିଥିଲେ । ବିଦୂସ ଆସି ଦେଖିବା ବେଳେ ଟଙ୍କା ନଥିବାରୁ ଦୋକାନ ସିସି ଟିଭି ଜାଞ୍ଚ କରିଥିଲେ । ସିସି ଟିଭିରେ ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ନେଉଥିବା ବେଳେ ଅନ୍ୟ ଜଣେ ମୋଟରସାଇକେଲରେ ଅପେକ୍ଷା କରି ରହିଥିଲା । ଆଉ ପ୍ରଥମ ଯୁବକ ଜଣଙ୍କ ଟଙ୍କା ନେଇ ଯିବା ପରେ ଅନ୍ୟ ଯୁବକ ଜଣଙ୍କ ସହ ମୋଟରସାଇକେଲରେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଛି । ଟଙ୍କା ଚୋରି ହେବା ପରେ ବିଦୂସ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । https://angulonline.com/wp-content/uploads/2022/08/diki-bhangi.mp4 Advertisement
ଛାତ୍ରଙ୍କୁ ଛାତ୍ରୀଙ୍କ ଚାପୁଡ଼ା ମାଡ଼ – ଭିଡ଼ିଓ ଭାଇରାଲ ଅନୁଗୋଳ – ଜଣେ ଛାତ୍ରୀଙ୍କ ଛାତ୍ରଙ୍କୁ ମାଡ଼ । ବିଚ ରାସ୍ତାରେ ଏଭଳି ମାଡ ମାରିବାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।…
ଗୁଳି କରି ୬ ଲକ୍ଷ ଟଙ୍କା ଲୁଟ ଅନୁଗୁଳ – ଅନୁଗୁଳ ଟାଉନ ଥାନା କୁରୁଡୁଲୁ ନିକଟରେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ…
ଦୁଷ୍କର୍ମ ଓ ସାମାଜିକ ଗଣମାଧ୍ୟମରେ ନଗ୍ନ ଫଟୋ ଛାଡିବା ଅଭିଯୋଗରେ ଯୁବକ ଗିରଫ ଅନୁଗୁଳ – ଜୋରଜବରଦସ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ପରେ ଶାରୀରିକ ସମ୍ପର୍କ ଏବଂ ପରେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡିବା ଅଭିଯୋଗରେ ଅନୁଗୁଳ ଟାଉନ…