ମୁଖ୍ୟ ଖବର କେନାଲରେ ଭାସିଗଲେ ବୋଲବମ ଭକ୍ତ Angul OnlineAugust 1, 2022August 1, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ ଜଣକ ହେଲେ ତାଳଚେର ବାଘୁଆବୋଲଅଞ୍ଚଳର ସମ୍ଭୁ ବାରିକଙ୍କ ବଡପୁଅ ଶ୍ୟାମ ସୁନ୍ଦର ବାରିକ ବୋଲି ଜଣା ପଡିଛି । ଆଜି ଭୋର ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୁ ଅଷ୍ଟସମ୍ବୁ ମନ୍ଦିରକୁ ପାଣି ଢାଳିବା ପାଇଁ ସଙ୍ଗସାଥୀଙ୍କ ସହିତ ନିକଟସ୍ଥ କେନାଲରେ ଗାଧୋଇବା ସମୟରେ ଗୋଡ ଖସି ଯିବାରୁ କେନାଲ ପାଣି ସ୍ରୋତରେ ଭାସିଯାଇଥିଲେ । ଘଟଣା ଜଣା ପଡିବା ପରେ ବାଘୁଆବୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି ସତ୍ୱେ ଏପର୍ଯ୍ୟନ୍ତ ଶ୍ୟାମ ସୁନ୍ଦରଙ୍କ କୌଣସି ସନ୍ଧାନ ମିଳିପାରି ନଥିଲା । Advertisement
ଜାତୀୟ ରାଜପଥ ସମ୍ପ୍ରସାରଣର ତଦାରଖ କଲେ ଉପଜିଲ୍ଲାପାଳ ଅନୁଗୋଳ – ଆଜି ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଅନୁଗୋଳ ଠାରୁ ବଇଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ – ୫୫ର ସମ୍ପ୍ରସାରଣ , ଓଭର ବ୍ରିଜ୍…
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…
ହିନ୍ଦୁ ଧର୍ମକୁ ଫେରିଲେ ୧୨ ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା ଗାଁରେ ପ୍ରାୟ ୧୨ ଟି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି । ଏଥିପାଇଁ ଗାଁର ରଣେଶ୍ୱର ମନ୍ଦିରରେ ଏକ…