ମୁଖ୍ୟ ଖବର ପୋଖରୀରେ ବୁଡ଼ି ଜଣେ ମୃତ Angul OnlineAugust 2, 2022August 2, 2022 ଅନୁଗୁଳ – ଅନୁଗୁଳ ଜିଲା ଜରପଡା ଥାନା ନାକାଚଣିତାଳ ଗାଁ ବନ୍ଧ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନାକଚଣିତାଳ ଗାଁର ୫୨ ବର୍ଷୀୟ ହୃଦାନନ୍ଦ ବାରିକ ବୋଲି ଜଣାପଡିଛି । ହୃଦାନନ୍ଦ ବାରିକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କର ପାଦ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ । ତେବେ ଗାଁର ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ପୋଖରୀ ତୁଠରେ ଚପଲ ଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା । ଏ ନେଇ ସେ ଗାଁର ଅନ୍ୟ ଲୋକ ମାନଙ୍କୁ କହିବା ସହିତ ପୋଖରୀରେ ବୁଡି ଖୋଜାଖୋଜି କରିବା ପରେ ପାଣି ଭିତରୁ ହୃଦାନନ୍ଦଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ବିଜେପି ନେତା ଗିରଫ – ଗିରଫଦାରୀକୁ ବିଜେପିର ନିନ୍ଦା ଅନୁଗୋଳ – ଅନୁଗୋଳ ଜିଲ୍ଲା ଏସ ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁଙ୍କୁ ବିକ୍ରମପୁର ଥାନା ପୋଲିସ ଗିରଫ କରିଛି । ସରକାରୀ ସମ୍ପତ୍ତି ନଷ୍ଟ…
ଦୁର୍ଘଟଣାଗ୍ରସ୍ତ ହାଇୱା ସହ ବସ ଧକ୍କା – ଡ୍ରାଇଭର ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଏକ ବାଲି ବୋଝେଇ ହାଇୱା ଗାଡିକୁ ଏକ…
ବସ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା – ୨୫ ଆହତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବତିସୁଆଁ ଗ୍ରାମ ନିକଟରେ ଏକ ବସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ…