ଅନୁଗୁଳ – ଅନୁଗୁଳ ୫ ନମ୍ବର କାଉନସିଲରକୁ ମରଣାନ୍ତକ ଆକ୍ରମଣ ହୋଇଛି । କାଉନସିଲର ରଞ୍ଜିତ ମାଣ୍ଡୋଠିଆ ତାଙ୍କ ଦୋକାନରୁ ଘରକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ଫେରାର ହୋଇ ଯାଇଛନ୍ତି । ସୂଚନା ଅନୁସାରେ ରଞ୍ଜିତ ଦୋକାନ ବନ୍ଦ କରି ପ୍ରାୟ ୧୦ ଟା ୩୦ ବେଳେ ନିଜ ସ୍କୁଟିରେ ଘରକୁ ଫେରୁଥିଲେ । ତେବେ ହଠାତ ମୋଟରସାଇକେଲରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ପଛରୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସୌଭାଗ୍ୟବଶତଃ ଟାଙ୍ଗିଆଟି ମୁଣ୍ଡରେ ନ ବାଜି ଡାହାଣ କାନ୍ଧରେ ବାଜିଥିଲା । କ୍ଷତାକ୍ତ ଅବସ୍ଥାରେ ରଞ୍ଜିତ ଅନୁଗୁଳ ଥାନାରେ ଆସି ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି । ରାଜନୈତିକ ଶତ୍ରୁତାରୁ ତାଙ୍କୁ ଏଭଳି ଆକ୍ରମଣ କରା ଯାଇଥିବା ରଞ୍ଜିତ ସନ୍ଦେହ କରୁଛନ୍ତି ।
What’s your Reaction?
+1
+1
2
+1
+1
+1
5
+1
+1
2