ସମସ୍ୟା ବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ ଅଭିଯୋଗ – ଟିପିସିଓଡିଏଲ ମ୍ୟାନେଜରଙ୍କୁ ଦାବିପତ୍ର Angul OnlineAugust 4, 2022August 4, 2022 ତାଳଚେର – ଟିପିସିଓଡିଏଲର ତାଳଚେର ଅଞ୍ଚଳର କର୍ମଚାରୀମାନେ ବାରମ୍ବାର ମନଇଚ୍ଛା ବିଜୁଳି କାଟ କରି ଉପଭୋକ୍ତାମାନଙ୍କ ଉପରେ ଦାଦାଗିରି କରି ବଳପୂର୍ବକ ବିଦ୍ୟୁତ ବିଲ ଆଦାୟ କରିବା ନେଇ ଅଭିଯୋଗ ହୋଇଛି । ବିଗତ କିଛି ମାସ ଧରି ଟିପିସିଓଡିଏଲ ପକ୍ଷରୁ ସମଗ୍ର ତାଳଚେର ବ୍ଲକ ଓ ସହରାଞ୍ଚଳରେ ବାରମ୍ବାର ମନଇଚ୍ଛା ବିଜୁଳି କାଟ କରି ଆସୁଛନ୍ତି । ଗ୍ରାହକଙ୍କୁ ମନଇଛା ବିଦ୍ୟୁତ ବିଲ ମଧ୍ୟ ଧରାଇ ଦେଉଛନ୍ତି । ଏନେଇ ଅଭିଯୋଗ କୈାଣସି କଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ଘରେ ପଶି ଧମକଚମକ ଦେଇ ବିଦ୍ୟୁତ ବିଲ ଆଦାୟ କରୁଛନ୍ତି । ଟିପିସିଓଡିଏଲର କର୍ମଚାରୀମାନେ ତାଳଚେର ସବଡିଭିଜନ ଅଞ୍ଚଳରେ ଏକ ପ୍ରକାର ଦାଦାଗିରି କରି ଚାଲିଛନ୍ତି । ଯାହାକୁ ନେଇ ଜନସାଧାରଣ ଟିପିସିଓଡିଏଲ କର୍ମଚାରୀଙ୍କର ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଲେଣି ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ଏଣୁ ଏଭଳି ପରିସ୍ଥିତି ପ୍ରତି ଧ୍ୟାନ ଦେଇ ଏଭଳି ବିଶୃଙ୍ଖଳା କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ଉଚ୍ଚ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ, ସଂଗ୍ରାମ କେଶରୀ କୁଅଁର, ଅଭୟ ପାଣି, ବୀରବର ସାହୁ, ପ୍ରହଲ୍ଲାଦ ବେହେରା ପ୍ରମୁଖ ମ୍ୟାନେଜର କମର୍ସିଆଲଙ୍କ ଉଦ୍ଦେଶ୍ୟରେ ଜେଇ ତାଳଚେରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଦ୍ୟୁତ ଉପଭୋକ୍ତାମାନେ ଯେଭଳି ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ଟିପିସିଓଡିଏଲ କର୍ମଚାରୀ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ ନଚେତ ଜନସାଧାରଣ ଆଇନକୁ ହାତକୁ ନେବେ ଓ ସେଥିପାଇଁ ଟିପିସିଓଡିଏଲ ର ଉଚ୍ଚପଦସ୍ଥ ଅଧିକାରୀମାନେ ଦାୟୀ ରହିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । Advertisement
ଅପନ୍ତରା ଅଞ୍ଚଳରେ ପଡିଲା ପ୍ରଶାସନର ପାଦ – ନିର୍ମାଣ ହେଲା ରାସ୍ତା ଅନୁଗୁଳ – ଅପନ୍ତରା ଅଞ୍ଚଳ ହୋଇଥିବାରୁ ଯେଉଁ ଗାଁକୁ ରାସ୍ତାଟିଏ ନଥିଲା ପ୍ରଶାସନର ପାଦ ପଡ଼ିବା ପରେ ତାହାକୁ ନିର୍ମାଣ କରାଯାଇଛି । ଫଳରେ ଯେଉଁ ଗାଁକୁ…
ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ସାନ୍ତରାପୁର ନୂଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜି ରାସ୍ତା ଅବରୋଧ…
ଜନଶୂନ୍ୟ ଗାଁ ‛କୁରୁଡୁ’ – ଷାଠିଏ ପରିବାରରୁ ଆଉ ଅଛନ୍ତି ଆଉ ଚାରି ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ…