ଯାଗା ମିଶନରେ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ପରାମର୍ଶ

ଯାଗା ମିଶନରେ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ପରାମର୍ଶ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଯାଗା ମିଶନରେ ବସ୍ତିରେ ରହୁଥିବା ବାସିନ୍ଦାମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ପୌର ଉନ୍ନୟନ ଏଜେନସି ( ଡୁଡା )ର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୨ ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିହ୍ନଟ ହୋଇଥିବା ବସ୍ତିକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ ଜବରଦଖଲ କରି ରହୁଥିବା ବାସିନ୍ଦାମାନଙ୍କୁ ତୁରନ୍ତ ଉଚ୍ଛେଦ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଏକ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରି ଉପଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ରାଜସ୍ୱ ନିରିକ୍ଷକଙ୍କ ସହଯୋଗରେ ଅନଧିକାର ଭାବରେ ସରକାରୀ ଯାଗା ମାଡି ବସିଥିବା ଓ ଖାଲିଥିବା ଯାଗାରେ ପୁନର୍ବାର ବସବାସ କରିବା କୁ ନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସେମାନଙ୍କୁ ହଟାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଯୋଗ୍ୟ ବିବେଚିତ ଚିହ୍ନଟ ହୋଇନାହାନ୍ତି ଏକ ବିଜ୍ଞପ୍ତ ମାଧ୍ୟମରେ ସେମାନଙ୍କୁ ବସ୍ତିରୁ ଉଚ୍ଛେଦ କରିବାକୁ ପରାମର୍ଶ ଦେଇଛନ୍ତି । ଯେତେ ଖାଲି ଯାଗା ପଡିଛି ସେ ଯାଗା ଗୁଡିକୁ ମ୍ୟୁନିସପାଲିଟ ଅଧିନକୁ ଅଣାଯିବ । ଜିଲ୍ଲା ପୌର ଉନ୍ନୟନ ଏଜେନସି(ଡୁଡା)ରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରି ସର୍ବେକ୍ଷଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯେଉଁ ବାସିନ୍ଦାମାନେ ନୂଆକରି ସରକାରୀ ଯାଗାରେ ଘର କରୁଛନ୍ତି ସେଗୁଡିକୁ ମଧ୍ୟ ଉଛେଦ କରାଯିବ । ଜିଲ୍ଲା ପୌର ଉନ୍ନୟନ ଏଜେନ୍ସିର ଯାଗା ମିଶନରେ ଜିଲ୍ଲାର ଅନୁଗୁଳ ପୌରାଞ୍ଚଳରେ ୧୩ , ତାଳଚେର ପୌରାଞ୍ଚଳରେ ୬ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୯ଟି ବସ୍ତି ରହିଛି । ଅନୁଗୁଳ ପୌରାଞ୍ଚଳର ବସ୍ତିରେ ୨୬୦୬ , ତାଳଚେର ପୌରାଞ୍ଚଳରେ ୮୪୬ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୩୯୪ଟି ପରିବାର ବସବାସ କରୁଛନ୍ତି । ଅନୁଗୁଳ ପୌରପାଳିକା ଦ୍ବାରା ୭୮୬ , ତାଳଚେର ପୌରପାଳିକା ଦ୍ବାରା ୨୦୧ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୧୧୪ ଜଣଙ୍କୁ ଜମି ସତ୍ତ୍ଵାଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସେହିପରି ଅନୁଗୋଳ ପୌରାଞ୍ଚଳରୁ ୧୦୦୯ , ତାଳଚେର ପୌରାଞ୍ଚଳରୁ ୧୩୮ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭୧ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି । ଅନୁଗୁଳ ପୌରପାଳିକାରୁ ୪ , ତାଳଚେର ପୌରପାଳିକାରୁ ୧୭୦ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪୧ ଟି ଯୋଗ୍ୟ ବିବେଚିତ ବସ୍ତି ବାସିନ୍ଦା ଅଦ୍ୟାବଧି ଜମି ସତ୍ତ୍ଵାଧିକାର ପ୍ରମାଣପତ୍ର ପାଇନାହାନ୍ତି । ତାଳଚେର ପୌରାଞ୍ଚଳରେ ଜମି ସତ୍ତ୍ଵାଧିକାର ପ୍ରମାଣ ପତ୍ର ପ୍ରଦାନରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଶ୍ରୀ ଲଳିତ ମୋହନ ବେହେରା , ଅନୁଗୁଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ , ତାଳଚେର ଉପଜିଲ୍ଲାପାଳ ଶ୍ରୀ ବିଶ୍ବ ରଞ୍ଜନ ରଥ , ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ତରଣୀ ସୁନା , ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ମଲ୍ଲିକ , ତାଳଚେର ପୌରପାଳିକା ନିର୍ବାହୀ ଅଧୁକାରିଣୀ ରଶ୍ମିରେଖା ଅମାତ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ସମେତ ସମସ୍ତ ତହସିଲଦାର , ରାଜସ୍ବ ନିରିକ୍ଷକ ଓ ଜିଲ୍ଲା ପୌର ଉନ୍ନୟନ ଏଜେନସିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
5
+1
0
+1
0

Leave a Reply