ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି

ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି

ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ହେଲେ ରଖେ ହଋ ତ ମାରେ କିଏ ? ଦୁର୍ବୃତ୍ତଙ୍କ ଆକ୍ରମଣରୁ ଅଳ୍ପକେ ବରର୍ତି ଯାଇଥିଲେ ଅନୁଗୁଳ ୫ ନମ୍ବର ୱାର୍ଡର କାଉନସିଲର ରଞ୍ଜିତ ମାଣ୍ଡୋଠିଆ ବିଜେଡି କାଉନସିଲର ରଞ୍ଜିତ ମାଣ୍ଡୋଠିଆଙ୍କୁ ଏହି ମରାଣାନ୍ତକ ଆକ୍ରମଣ ଘଟଣାର ପର୍ଦାଫାସ କରିଛି ପୁଲିସ । ରଞ୍ଜିତାଙ୍କ ବଡଭାଇ ବଡ଼ ଭାଇ ପବନ ହିଁ ଏହି ଆକ୍ରମଣ ପାଇଁ କିଛି ଅସାମାଜିକ ଯୁବକଙ୍କୁ ସୁପାରି ଦେଇଥିବା ପୁଲିସ କହିଛି ପାରିବାରିକ ବିବାଦ ପାଇଁ ରଞ୍ଜିତଙ୍କୁ ରାସ୍ତାରୁ ହଟାଇବାକୁ ଏଭଳି ଯୋଜନା କରା ଯାଇଥିଲା । ଏହି ମାମଲାରେ ପୁଲିସ ପବନ ସମେତ ଅନ୍ୟ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ଦୁଇଟି ମୋଟରସାଇକେଲ ଓ ଦୁଇଟି ମୋବାଇଲ ଜବତ କରିଛି । ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ପୌରପାଳିକାର ୫ ନମ୍ବର ୱାର୍ଡର କାଉନସିଲର ତଥା ସହରର ବିଶିଷ୍ଟ ବ୍ୟବସାୟୀ ରଞ୍ଜିତ ମାଣ୍ଡୋଠିଆ ଗତ ୩ ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ରଞ୍ଜିତ ପିଠିରେ ଟାଙ୍ଗିଆ ଚୋଟ ବାଜିବା ଫଳରେ ସେ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ ପୁଲିସ ୪୧୬/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ଏହି ଆକ୍ରମଣ ପଛରେ ପାରିବାରିକ ବିବାଦ ଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ଆକ୍ରମଣ କରିବାକୁ ରଞ୍ଜିତଙ୍କ ବଡ଼ ଭାଇ ପବନ ମାଣ୍ଡୋଠିଆ ଆଲୋକ ବେହେରା ନାମକ ଜଣେ ଯୁବକଙ୍କୁ ୫ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ । ଆଲୋକ ଏହି ଘଟଣାରେ ଭବାନୀ ଶଙ୍କର ଭଞ୍ଜକୁ ସାମିଲ ଅକ୍ରିୟ ରଞ୍ଜିତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆଉ ଯୋଜନା ଅନୁସାରେ ୩ ତାରିଖ ରାତିରେ ରଞ୍ଜିତଙ୍କ ଉପରେ ଆକ୍ରମଣ କରିଥିଲେ ହେଲେ ସୌଭାଗ୍ୟ ବଶତଃ ରଞ୍ଜିତ ବର୍ତ୍ତୀ ଯାଇଥିଲେ ତେବେ ତଦନ୍ତ ପରେ ଘଟଣାର ପର୍ଦାଫାସ କରିବା ସହ ପୁଲିସ ପୱାନ ମାଣ୍ଡୋଠିଆ ସମେତ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ାର ଭବାନୀ ଶଙ୍କର ଭଞ୍ଜ , ବଲାସିଂହା ଗାଁର ବିଜୁ ଓରଫ ପ୍ରଦ୍ୟୁମ୍ନ ବାରିକ, ଶୁଶୁଡ଼ା ଗାଁର ଚିକୁ ଓରଫ ଅଜିତ କୁମାର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ରଞ୍ଜିତଙ୍କ ପରିବାରରେ ବହୁ ଦିନରୁ ପାରିବାରିକ ବିବାଦ ଲାଗିରହିଥିଲା । ଏବଂ ଗତ ପୌର ନିର୍ବାଚନ ସମୟରେ ରଞ୍ଜିତଙ୍କ ବିପକ୍ଷରେ ତାଙ୍କ ବାପା ଗୋଟିଏ ୱାର୍ଡରେ କାଉନସିଲର ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

What’s your Reaction?
+1
1
+1
1
+1
1
+1
9
+1
12
+1
5
+1
0

Leave a Reply