ଶଙ୍କରାଚାର୍ଯ୍ୟଙ୍କ କୁଶ ପୁତଳିକା ଦାହକୁ ନିନ୍ଦା – କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ବ ହିନ୍ଦୁ ପରିଷଦର ଦାବି

ଶଙ୍କରାଚାର୍ଯ୍ୟଙ୍କ କୁଶ ପୁତଳିକା ଦାହକୁ ନିନ୍ଦା – କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ବ ହିନ୍ଦୁ ପରିଷଦର ଦାବି

ଅନୁଗୁଳ –  ବିଶ୍ବ ହିନ୍ଦୁ ପରିଷଦ , ଓଡିଶା ତରଫରୁ ଅନୁଗୁଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଗତ ୦୯ / ୦୮ / ୨୦୨୨ ତାରିଖ ମଙ୍ଗଳବାର ଦିନ କନ୍ଧମାଳ ଠାରେ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଉଥିବା ବେଳେ ଉକ୍ତ କାର୍ଯକ୍ରମର ସୁଯୋଗ ନେଇ ସୁଦର୍ଶନ କହଁର , ଲମ୍ବୋଦର କହଁର , ଅନୁପବ କହଁର ( ଯୁବ କଂଗ୍ରେସ ଛାତ୍ର ସଂଗଠନ ସଭାପତି ) , ଅବନୀ କହଁର ପ୍ରମୁଖ ଉପସ୍ଥିତି ରହିବା ସହ ସନାତନ ହିନ୍ଦୁ ଧର୍ମର ସର୍ବୋଚ ସାର୍ବଭୌମ ଧର୍ମଗୁରୁ ଗୋବର୍ଦ୍ଧନ ମଠ , ପୁରୀ ପିଠାଧୀଶ ପୂଜ୍ୟ ଜଗତଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଜୀ ମହାରାଜଙ୍କ କୁଶ ପୂତଳିକା ଦାହ କରିବା ସହିତ ହିନ୍ଦୁ ଧର୍ମ ସମ୍ବନ୍ଧରେ ବିଭିନ୍ନ ପ୍ରକାରର ଅରୁଚିକର ମନ୍ତବ୍ୟ ଦେବା ସହିତ ଅପଶବ୍ଦ ବ୍ୟବହାର କରିଥିଲେ । ଯାହା ସମଗ୍ର ହିନ୍ଦୁ ସମାଜକୁ ବ୍ୟତିଥ ତଥା କଷ୍ଟ ଦେଉଅଛି ବୋଲି ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ଏଥିରୁ ଅନୁମାନ କରାଯାଉଛି ଯେ ତାଙ୍କ ପଛରେ ଅରାଷ୍ଟ୍ରୀୟ ଶକ୍ତି ତଥା ମିଶନାରୀ ସଂସ୍ଥାର ପ୍ରୋତ୍ସାହନ ଦ୍ବାରା ଏଭଳି ଦୁଃସାହସ ସେ କରୁଛନ୍ତି ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରା ଯାଇଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଶାନ୍ତ କନ୍ଧମାଳରେ ଶାନ୍ତି ଫେରିଥିବା ବେଳେ ସମଗ୍ର ହିନ୍ଦୁ ସମାଜ ଉପରେ ଏଭଳି ଏକ ମତ ମନ୍ତବ୍ୟ ଏକ ଅଶାନ୍ତ ପରିବେଶକୁ ନିମନ୍ତ୍ରଣ କରୁଅଛି , ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ତୁରନ୍ତ ଏଭଳି କାମ କରିଥିବା ବ୍ୟକ୍ତି ମାନଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ଦାବି କରୁଅଛି । ହିନ୍ଦୁ ମାନଙ୍କର ସର୍ବୋଚ୍ଚ ଧର୍ମଗୁରୁ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ଅପମାନ କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିତାନ୍ତ ଆବଶ୍ୟକ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ଶ୍ରୀ ମହେଶ ସାହୁ କହିଛନ୍ତି । ଦୋଷୀ ମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ ନକରାଯାଏ , ତାହେଲେ ଆଗାମୀ ଦିନରେ ବିଶ୍ବ ହିନ୍ଦୁ ପରିଷଦ , ଓଡ଼ିଶା ଏହାର ଦୃଢ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
1
+1
5
+1
0
+1
1

Leave a Reply