ଅପରାଧ ମାଉଜର ଦେଖାଇ ଟଙ୍କା ଲୁଟ ଅଭିଯୋଗ Angul OnlineAugust 13, 2022August 13, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ସୁନାଖଣି , ବିକସର ପାଖରେ ଆଜି ସକାଳେ ଜଣେ ଔଷଧ ବିକ୍ରେତାଙ୍କୁ ମାଉଜର ଦେଖାଇ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ସୁସୁଡା ଗାଁର ସୁଧାଂଶୁ ସାହୁ ନାମକ ଜଣେ ବ୍ୟକ୍ତି କଣିହାଁ ଅଞ୍ଚଳର କିଛି ଔଷଧ ଦୋକାନରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ । ସେ ମୋଟରସାଇକେଲରେ ଆସୁଥିବା ବେଳେ ବିକସର ନିକଟରେ ଦୁଇଜଣ ଦୁର୍ବୃତ୍ତ ମୋଟାରସାଇକେଲରେ ଆସି ତାଙ୍କୁ ଅଟକାଇବା ସହ ମାଉଜର ଦେଖାଇ ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ । ଏ ନେଇ ସେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଳଚେର ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଗୁଳିମାଡରେ ଯୁବକ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଆଜି ରାତି ପ୍ରାୟ ୧୦ ତା ପରେ ଏକ ଗୁଳିକାଣ୍ଡ ଘଟିଥିବା ବେଳେ ଗୁଳି ମାଡରେ…
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…
ବ୍ୟାଙ୍କରେ ଜାଲି କାଗଜ ଦେଇ ଟଙ୍କା ଠକେଇ ଅଭିଯୋଗରେ ବାପ , ପୁଅ ଓ ବୋହୂ ଗିରଫ ଅନୁଗୁଳ – ବ୍ୟାଙ୍କକୁ ଜାଲ କାଗଜପତ୍ର ଦେଇ ୧୦ ଲକ୍ଷ ଟଙ୍କାର ଋଣ ନେବା ଅଭିଯୋଗରେ ଅନୁଗୁଳ ପୁଲିସ୍ ଆଜି ୩ ଜଣଙ୍କୁ ଗିରଫ କରିଛି ।…