ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ

ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଛିଡା ହେଉଥିବା ଟ୍ରକ ଗୁଡିକରୁ ବାରମ୍ବାର ଡିଜେଲ , ବ୍ୟାଟେରୀ , କିମ୍ବା ଅନ୍ୟ ଯନ୍ତ୍ରାଂଶ ଅନେକ ସମୟରେ ଚୋରୀ ହେଉଛି । ଗାଡି ଡ୍ରାଇଭର ମାନେ ଯେତେ ଜଗିଲେ ବି ବାରମ୍ବାର ଚୋରୀ ହେଉଥିବାରୁ ଗାଡିର କର୍ମଚାରୀ ଏବଂ ମାଲିକଙ୍କ ଚିନ୍ତା କାମୁ ନାହିଁ । ତେବେ ଆଜି ହିଙ୍ଗୁଳା ଖଣି ଅଞ୍ଚଳରୁ ଡିଜେଲ ଚୋରୀ କରୁଥିବା ବେଳେ ଜଣେ ଚୋରକୁ ଧରି ବାନ୍ଧିଦେବା ସହ ନିର୍ଧୂମ ମାଡ ମାରି ପୁଲିସର ଜିମା ଦେଇଛନ୍ତି ଲୋକ । ସୂଚନା ଅନୁସାରେ ହିଙ୍ଗୁଳା ଖଣି ନିକଟରେ ଛିଡା ହୋଇଥିବା ଏକ ଟ୍ରାକରୁ ଦୁଇଜଣ ଯୁବକ ଆସି ଡିଜେଲ ଟାଙ୍କି ତାଡି ତେଲ ଚୋରୀ କରୁଥିଲେ । ତେବେ ସେମାନେ ତେଲ ଜାରରେ ତେଲ କାଢୁଥିବା ବେଳେ କିଛି ଡ୍ରାଇଭରଙ୍କ ନଜରକୁ ଆସିବା ପରେ ଡ୍ରାଇଭାର ମାନେ ଏକାଠି ହୋଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇଥିଲେ । ତାକୁ ଟ୍ରକରେ ବାନ୍ଧି ନିରଧୂମ ଛେଚିଥିଲେ । ପରେ ପୁଲିସକୁ ଖବର ଦେଇ ତାକୁ ପୁଲିସର ଜିମା ଦେଇଥିବା ଜଣା ପଡିଛି

What’s your Reaction?
+1
2
+1
0
+1
0
+1
0
+1
15
+1
0
+1
1

Leave a Reply