ମୁଖ୍ୟ ଖବର ଜିଲ୍ଲାପାଳଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର Angul OnlineAugust 16, 2022August 17, 2022 ଅନୁଗୁଳ – ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀମାନେ ସାଇବର ଅପରାଧୀଙ୍କ ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ । ତାଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର କରାଯାଇ ସେଥିରେ ଜିଲ୍ଲାପାଳଙ୍କ ପ୍ରୋଫାଇଲ ଫଟୋ ମଧ୍ୟ ରଖା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନାଁ ରେ ଆକାଉଣ୍ଟ ଖୋଲି ଏହି ଠକ ବଡ଼ ବଡ଼ ଅଧିକାରୀଙ୍କୁ ଟଙ୍କା ମାଗୁଥିବା ଜଣା ପଡିଛି । ଏହି ଠକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ସରକାରୀ ଅଧିକାରୀ , କର୍ମଚାରୀଙ୍କୁ ଟଙ୍କା ମାଗୁଛି । ଏହା ଜାଣିବା ପରେ ନିଜେ ଜିଲ୍ଲାପାଳ ତାଙ୍କ ହ୍ଵାଟସଆପ ଷ୍ଟାଟସରେ ଲୋକଙ୍କୁ ସଚେତନ କରାଇବା ସହ ପୁଲିସକୁ ଜଣାଇଥିବା ଜଣା ପଡିଛି । ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ଥାଇ ଏକ ମୋବାଇଲ୍ ନମ୍ବରରେ ଏକ ହ୍ଵାଟସଆପ ଆକାଉଣ୍ଟ ଖୋଲାଯାଇଛି । ଏହି ନମ୍ବରରୁ ବିଭିନ୍ନ ଅଧିକାରୀଙ୍କ ପାଖକୁ ମେସେଜ୍ ପଠାଇ ଗିଫ୍ଟ ଭାଉଚର ଆଉ ଟଙ୍କା ମଗାଯାଉଛି । ଏହା ସାଇବର ଠକଙ୍କ କାମ ବୋଲି ଜଣା ପଡିଛି । ଜିଲ୍ଲାପାଳ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲୋକଙ୍କୁ ସତର୍କ କରାଇବା ସହ ଠକେଇର ଶିକାର ନ ହେବାକୁ ପରାମର୍ଶ ଦେଇଛନ୍ତି । Advertisement
ସ୍ୱାଧିନତା ଦିବସରେ ଅନୁଗୋଳର ଚାଷୀଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ ଅନୁଗୁଳ – ଘାସ ଚାଷୀଙ୍କୁ ଦିଲ୍ଲୀରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସରେ ଅତିଥି ଭାବେ ନିମନ୍ତ୍ରଣ । ଆସନ୍ତା ସ୍ବାଧୀନତା ଦିବସରେ ଅନୁଗୁଳ ଜିଲ୍ଲାର ଚାଷୀ…
ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ…
ଗେଷ୍ଟ୍ ହାଉସ ଭିତରୁ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ଅର୍ନ୍ତଗତ ସମଲ ବ୍ୟାରେଜ ଓପିସିଏଲ ଗେଷ୍ଟ୍ ହାଉସରୁ ଜଣେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।…