ଅନୁଗୁଳ – ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲର ଫାଇନାଲରେ ଝାରସୁଗୁଡା ଦଳ ବାଗେଡ଼ିଆକୁ ୨ – ୧ ଗୋଲରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଫାଇନାଲ ମ୍ୟାଚ ଚିତାକର୍ଷକ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ଝାରସୁଗୁଡା ଦଳ ୧ ଟି ଗୋଲ ଦେଇଥିବା ବେଳେ ଦିତୀୟାର୍ଦ୍ଧର ପ୍ରାରମ୍ଭରେ ବାଗଡିଆ ଦଳ ଆଉ ଗୋଟିଏ ଗୋଲ ଦେଇ ସ୍ଥିତି ବରାବର କରି ନେଇଥିଲା । ତେବେ ଖେଳ ଶେଷ ହେବାକୁ ଆଉ କିଛି ମିନିଟ ଥିବା ବେଳେ ଝାରସୁଗୁଡା ଡାଳ ଆଉ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲା । ଅନୁଗୁଳ ଜିଲ୍ଲା ପରିଷଦ ଚିଫ ଡେଭେଲପମେଣ୍ଟ ଅଫିସର ଲଳିତ ମୋହନ ବେହେରା ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ ଚମ୍ପିୟାନ ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ ଦଳକୁ ନଗଦ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଜିନ୍ଦଲ କମ୍ପାନୀ ପକ୍ଷରୁ ମାନବ ସମ୍ବଳ ଏକଜିକ୍ୟୁଟିଭି ଭାଇସ ପ୍ରେସିଡେଣ୍ଟ ଜୋସେଫ ପେରିସ , ସିଏସଆର ମହା ପ୍ରବନ୍ଧକ ପୁଷ୍ପାଲତା ଶତପଥୀ , ଆଇପିଇ ପ୍ରଶାନ୍ତ କୁମାର ସିହ୍ନା , ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ , ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି , ପାଲଲହଡା ଫୁଟବଲ ସଂଘ ସଭାପତି ନେତ୍ରାନନ୍ଦ ମହାକୁଡ଼ , ଫାଓ ଚୟନକର୍ତା ଆରଆଇ ଟିଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଝାରସୁଗୁଡା ଦଳର ବିଜୁ ଓରାମ ଓ ପ୍ରଶାନ୍ତ ଓରାମଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିବା ବେଳେ ପତାକାର ରାମଚନ୍ଦ୍ର ମୁର୍ମୁଙ୍କୁ ଶ୍ରେଷ୍ଠ ଗୋଲ କିପର ପୁରସ୍କାର ମିଳିଥିଲା ।
What’s your Reaction?
+1
+1
+1
+1
+1
1
+1
+1