ବରା ଛାଣୁଥିବାବେଳେ ଲାଗିଲା ନିଆଁ , ୬ ବଖରା ଘର ପୋଡ଼ି ପାଉଁଶ

ବରା ଛାଣୁଥିବାବେଳେ ଲାଗିଲା ନିଆଁ , ୬ ବଖରା ଘର ପୋଡ଼ି ପାଉଁଶ

ତାଳଚେର – ତାଳଚେର ପୌରାଞ୍ଚଳ ଅନ୍ତର୍ଗତ କିଶୋରଗଞ୍ଜ ପାଟଣା ସାହିରେ ଆଜି ( ଶୁକ୍ରବାର) ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାରର ୬ ବଖରା ଘର ପୋଡ଼ି ପାଉଁଶ ଯାଇଛି । ସୌଭାଗ୍ୟ ବଶତଃ ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ସେଠାରେ ଭଡାରେ ରହୁଥିବା ତିନି ପରିବାରର ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ କିଶୋରଗଞ୍ଜ ପାଟଣାରେ ଏକ ଚାଳଛପର ଘରେ କିଛି ଲୋକ ଭଡାରେ ରହୁଥିଲେ । ଜଣେ ଦହିବାର ବ୍ୟବସାୟୀ ଆଜି ଭୋର ସମୟରେ ବରା ଛାଣୁଥିବାବେଳେ ତେଲରେ ନିଆଁ ଲାଗି ତାହା ଚାଳ ଉପରକୁ ଉଠିଯିବାରୁ ଚାଳରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ ସେଠାରେ ଭଡାରେ ରହୁଥିବା ସୁବାସ ଦାସ(୪୦), କାହ୍ନୁ ଚରଣ ସାହୁ (୫୫), ତୀରବ କୋର (୫୦) ଓ ସନ୍ତୋଷ ଦାସ (୪୫)ଙ୍କ ଘର ସଂପୁର୍ଣ୍ଣ ପୋଡିଯାଇଛି । ପରିବାରର ଆସବାପତ୍ର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ସକାଳୁ ଆଜି ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ ଘରେ ନିଆଁ ଲାଗିଛି । ଏହା ପରେ ତାଳଚେର ଅଗ୍ନିଶମ ବିଭାଗ ସୂଚନା ଦିଆଯାଇଥିଲା । ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ସେତେବେଳକୁ ଘର ଗୁଡ଼ିକରେ ଥିବା ଅନେକ ସାମଗ୍ରୀ ପୋଡ଼ିଯାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply